bjd gruha runa

ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ

BJD Bijuli 480×75 Mob

ଭୁବନେଶ୍ବର: ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ହେଉଛି ଦ୍ବିତୀୟ ଦିନ। ବୁଧବାର ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ରାମ୍ପାଲରୁ ବାହାରିବେ ରାହୁଲ। ସିଧାସଳଖ ରାଉରକେଲାରୁ  ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପାନପୋଷରେ ସାଧାରଣ ସଭା ପ​‌ରେ ସେଠାରୁ ରାଜଗାଙ୍ଗପୁର ଯିବେ ଏବଂ ଆଉ ଏକ ସାଧାରଣ ସଭାରେ ଯୋଗଦେବେ।  ସେଠାରୁ କୁତ୍ରା ଏବଂ ବଡଗାଁ ଦେଇ ସୁନ୍ଦରଗଡରେ ପହଞ୍ଚିବେ । ଏବଂ ସେଠାରେ ଜନସଭା ପରେ ଝାରସୁଗୁଡା ଯିବେ ବୋଲି ସୂଚନା ମିଳିଛି। ତେବେ ଝାରସୁଗୁଡାରେ ରାତ୍ରି ରହଣୀ ପରେ ଗୁରୁବାର ସେଠାରେ ପଦଯାତ୍ରା କରିବେ । ଏବଂ ସେଠାରୁ ଛତିଶଗଡ ଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.