ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ। ବୁଧବାର ବି ବେଶ୍ ସରଗରମ ରହିବ ଗୃହ। ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାନସଭାରେ ଆଜି କୃଷି ଓ କୃଷକ ସଶକ୍ତିକରଣ , ଉଚ୍ଚଶିକ୍ଷା , ରାଜସ୍ବ , ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଶ ଓ ଖାଉଟି କଲ୍ୟାଣ , ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ସମବାୟ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଉଠିବ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ମଙ୍ଗଳବାର ମଧ୍ୟ ଗୃହ ସରଗରମ ରହିଥିଲା। ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଏବଂ ସରକାର ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣା ଦେଇଥିଲେ । ସେପଟେ ବିଜେପି ମଧ୍ୟ ଆନ୍ଦୋଳନରତ ଗାଁ ସାଥିଙ୍କ ଦାବି କଥା ଉଠାଇ ସରକାରଙ୍କୁ ଘେରିଥିଲା।
Popular Categories



