www.samajalive.in
Monday, December 15, 2025
24.1 C
Bhubaneswar

ହୁମାୟୁନ କବୀରଙ୍କୁ ନିଲମ୍ବନ କଲା ଟିଏମସି: ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଘୋଷଣା କରିଥିଲେ

କଲକାତା: ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀରଙ୍କୁ ଦଳରୁ ନିଲମ୍ବିତ କରିଛି । ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଫିରହାଦ ହାକିମ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ହୁମାୟୁନ୍‌ କବୀର ଡିସେମ୍ବର ୬ତାରିଖରେ ମୁର୍ଶିଦାବାଦରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ଏହା ଦଳର ହାଇକମାଣ୍ଡଙ୍କୁ କ୍ରୋଧିତ କରିଥିଲା, ଏଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଧାୟକଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏଥିପାଇଁ ଦଳ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ଭରତପୁର ବିଧାନସଭା ଆସନର ବିଧାୟକ ଅଛନ୍ତି ହୁମାୟୁନ୍‌ କବୀର । ସେ ଡିସେମ୍ବର ୬ତାରିଖରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ସେ ମୁର୍ଶିଦାବାଦର ବେଲଡାଙ୍ଗାରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ତୃଣମୂଳ କଂଗ୍ରେସ ଦଳ ଛାଡିବେ ଏବଂ ସହିଦ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, କିନ୍ତୁ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ନିର୍ମାଣ ପାଇଁ ଦେଶବ୍ୟାପୀ ମୁସଲିମ ସମ୍ପ୍ରଦାୟରୁ ପାଣ୍ଠି ସଂଗ୍ରହ କରିବେ ।

- Advertisement -

ହୁମାୟୁନ୍‌ କବୀର ମସଜିଦର ଶିଳାନ୍ୟାସ ଉତ୍ସବ ଘୋଷଣା କରିବା ସମୟରେ ଚେତାବନୀ ଦେଇଥିଲେ ଯେ ଯଦି ତାଙ୍କୁ ଏପରି କରିବାେ କେହି ବାଧା ଦିଅନ୍ତି, ତେବେ ସେ ମୁସଲମାନ ମାନଙ୍କ ସହିତ ମିଶି ଜାତୀୟ ରାଜପଥ ୩୪ଅବରୋଧ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କବୀରଙ୍କ ଉପରେ ଗଭୀର ବିରକ୍ତ ପ୍ରକାଶ କରିବା ସହ ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ମନା କରିଥିଲେ । ସେହିପରି ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ପ୍ରତିରୋଧକ ଗିରଫଦାରୀ ନିର୍ଦ୍ଦେଶ ଜାରି କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories