ଜଳେଶ୍ବର: ଜାଲରେ ପଡିଲା ୫୦ କ୍ବିଣ୍ଟାଲରୁ ଅଧିକ ଓଜନର ମାଛ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳ ସାର୍କ ମାଛ ପଡିଥିବା ଦେଖିବାକୁ ମିଳିଛି। ଯାହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । କିଛି ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ ଭାସୁଥିବା ଦେଖି ସେମାନେ ଏହାକୁ ତାଳସାରୀ ବେଳାଭୂମି ନିକଟକୁ ଟାଣି ଆଣିଥିଲେ । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ । ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି ।
ସେପଟେ ବୁଧବାର ସକାଳେ ମଧ୍ୟ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଏକ ବିଶାଳକାୟ ସାର୍କ ଲାଗିଥିଲା । ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା ।



