ଆୟକର ଅଧିକାରୀ କହି ଡାକ୍ତରଙ୍କ ଘରୁ ଲୁଟ୍; ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ଶିଶୁ ରୋଗ ବିଶେଷଜ୍ଞ ଡା. ଗୋପବନ୍ଧୁ ସାହୁଙ୍କ ବାସଭବନକୁ ଜଣେ ଅଜଣା ବ୍ୟକ୍ତି ନିଜକୁ ଆୟକର ବିଭାଗ ଅଧିକାରୀ ଦର୍ଶାଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

ସୂଚନା ଯେ, ବୁଧବାର ଆୟକର ବିଭାଗ ପକ୍ଷରୁ ସକାଳୁ ଟିଟିଲାଗଡ଼ ସହରସ୍ଥିତ ମଦଭାଟି ଏବଂ ଭାଟି ମାଲିକଙ୍କ ଘରେ ଚଢ଼ାଉ କରାଯାଉଥିଲା। ଏହି ଖବର ସହର ସାରା ପ୍ରଚାର ହୋଇଥିବା ବେଳେ ଡା. ସାହୁ ସତରେ ଆୟକର ଅଧିକାରୀ ଆସିଥିବା ଭାବି ତାଙ୍କ ଘରେ ପ୍ରବେଶ ଅନୁମତି ଦେଇଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଡାକ୍ତରଙ୍କ ଘରେ ଥିବା ପ୍ରାୟ ଏକ ଲକ୍ଷ ଟଙ୍କା ଜବତ ହୋଇଥିବା କହି ନେଇ ପଳାଇ ଯାଇଥିଲେ। ତେବେ ପରେ ସନ୍ଦେହ ହେବାରୁ ପୁଲିସକୁ ଡାକ୍ତର ଖବର ଦେଇଥିଲେ। ଏନେଇ ଖବର ପାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସଇଁତଲା ଥାନା ଅଧିକାରୀ ଗୋଡ଼ାଇ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ଥାନାକୁ ଅଣାଯାଉଥିବା ଟିଟିଲାଗଡ଼ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.