ଜୁଆ ଆଡ୍ଡାରେ ଚଢାଉ; ୩୨ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ ପଡ଼ାରେ ପୁଲିସ ଚଢାଉ କରି ୩୨ ଜଣ ଜୁଆଡ଼ିକୁ ଗିରଫ କରିଛି। ଗିରଫ ବେଳେ ପୁଲିସ ସେମାନଙ୍କ ଠାରୁ ନଗଦ ୭୫ ହଜାର ଟଙ୍କା, ୧୪ଟି ବାଇକ ଓ ୧୪ଟି ମୋବାଇଲ ଫୋନ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଟିଟିଲାଗଡ଼ ଏସଡ଼ିପିଓଙ୍କ ନେତୃତ୍ୱରେ ବଲାଙ୍ଗୀର ପୁଲିସ ଜୁଆ ଆଡ୍ଡାସ୍ଥଳୀରେ ମିଳିତ ଭାବେ ଚଢାଉ କରିଥିଲେ। ଏନେଇ ରବିବାର ଏକ ସମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ର ନାରାୟଣ ସତପଥୀ ସୂଚନା ଦେଇଛନ୍ତି।

Comments are closed.