www.samajalive.in
Sunday, December 7, 2025
26.1 C
Bhubaneswar

ନୂଆ ଜୋତା ପିନ୍ଧିବା ସମୟରେ ଆପଣାନ୍ତୁ ଏହି ଉପାୟ

ଶରୀରକୁ ସୁନ୍ଦର କରିବା ପାଇଁ ଆମେ ଭଲ ଭଲ ପୋଷାକ ସହ ଭିନ୍ନ ଭିନ୍ନ ଚପଲ ମଧ୍ୟ ପିନ୍ଧିଥାଉ। ପୋଷକ ସହ ଚପଲକୁ ମ୍ୟାଚିଙ୍ଗ୍‍ କରି ପିନ୍ଧିଲେ ଆମ ସୁନ୍ଦରତା ଦୁଇ ଗୁଣ ହୋଇଯାଏ। ମାତ୍ର ନୂତନ ଚପଲ କିମ୍ବା ଜୋତା ପିନ୍ଧିଲେ ପାଦ ଯେତେ ସୁନ୍ଦର ଦେଖାଯାଏ, ଏହାକୁ ପିନ୍ଧିଲା ପରେ ବହୁ କଷ୍ଟ ମଧ୍ୟ ହୋଇଥାଏ। ବହୁ ସମୟରେ ଏହି କାରଣରୁ ପାଦରେ କ୍ଷତ ସୃଷ୍ଟି ହୋଇଥାଏ। ଯାହା ଦ୍ୱାରା ଚପଲ ହେଉ ଅଥବା ଜୋତା ପିନ୍ଧିବାକୁ ଆଗ୍ରହ ହୋଇନଥାଏ। କେତୋଟି ସହଜ ଉପାୟରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ ….
ବେବି ପାଉଡ଼ର ….
ଯେକୌଣସି ନୂଆ ଚପଲ ବା ଜୋତା ପିନ୍ଧିବା ଆଗରୁ ସେଥିରେ ବେବି ପାଉଡ଼ର ପକାନ୍ତୁ। ପାଉଡ଼ର ପକାଇବା ପରେ ଚପଲ ପିନ୍ଧିବା ବେଳେ ଧ୍ୟାନ ଦେବେ ଯେପରି ପାଦ ଓଦା ନଥାଏ।


ନୂଆ ଚପଲ ବା ଜୋତା ପିନ୍ଧିବା ବେଳେ ପ୍ରଥମେ ୨ କିମ୍ବା ୩ ଦିନ ମୌଜା ପିନ୍ଧିଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବ ।
ଦୁଇଟି ଛୋଟ ପଲିଥିନ ଜରିରେ ପାଣି ରଖି ଏହାର ମୂଳ ଅଂଶକୁ ରବରରେ ବାନ୍ଧି ଦିଅନ୍ତୁ। ଏହାକୁ ଜୋତାର ଶେଷ ଭାଗରେ ରଖି ରାତିରେ ଫ୍ରିଜରେ ରଖି ଦିଅନ୍ତୁ। ଏହି ଜୋତାକୁ ସକାଳେ ପିନ୍ଧନ୍ତୁ। ଏହା ସାମାନ୍ୟ ଢିଲା ହୋଇଯିବ। ଯାହାଦ୍ୱାରା ପାଦରେ କ୍ଷତ ସୃଷ୍ଟି ହେବ ନାହିଁ।

- Advertisement -


କ୍ଷତରେ ବ୍ୟବହାର କରୁଥିବା ବ୍ୟାଣ୍ଡେଡ଼କୁ ନୂତନ ଜୋତା କିମ୍ବା ଚପଲରେ ସେହି ସ୍ଥାନରେ ଲଗାନ୍ତୁ, ଯେଉଁ ସ୍ଥାନରେ ଏହା ପାଦରେ କ୍ଷତ ସୃଷ୍ଟି କରେ। ଏହା ମଧ୍ୟ ଖୁବ ଲାଭଦାୟକ ଅଟେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories