ବାଘଛାଲ ଜବତ; ୬ ଗିରଫ

ଭବାନୀପାଟଣା: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପଣି ଘାଟିରେ ବିକ୍ରି ବେଳେ ଗୋଟିଏ ବାଘଛାଲ ଜବତ ହୋଇଛି। କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ବାଘଟି କଳାହାଣ୍ଡି ଜୟପାଟଣା ଜଙ୍ଗଲରୁ ଶିକାର ପରେ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ଖବର ପାଇ ଉଭୟ ଜିଲ୍ଲାର ବନ କର୍ମଚାରୀଙ୍କ ଏକ ଟିମ୍ ଚଢାଉ କରି ବାଘଛାଲ ଜବତ କରି ୬ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କୁ କୋକସରା ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ଗିରଫ ବ୍ୟକ୍ତିମାନେ କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ ହାଡ଼ଶିଲ ଗାଁର ନବ ମାଝି ଏବଂ ଧୋବା ମାଝି, ଜୟପାଟଣା ବ୍ଲକ ଧନସୁଲି ଗାଁର ଋଷି ମାଝୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳର ଗଣେଶ ଗୌଡ଼ ଏବଂ ଲକ୍ଷ୍ମଣ ଗୌଡ଼, ଖାତିଗୁଡା ଅଞ୍ଚଳର ନବ ନାଏକ ବୋଲି ଜଣାପଡ଼ିଛି।

Comments are closed.