www.samajalive.in
Sunday, December 7, 2025
23.1 C
Bhubaneswar

ଉଦ୍ଧାର ବାଘ ଶ୍ବାସରୁଦ୍ଧ ହୋଇ ମୃତ

ବୁଗୁଡା : ଜାନୁଆରୀ ୨୮ ତାରିଖ ଦିନ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମାଣିତରା ସେକ୍ସନର ନଗୁଡୁ ଗ୍ରାମର ରାଜସ୍ୱ ବିଭାଗର କୁଣ୍ଡାଖାଇ ପାହାଡ଼ରେ କୌଣସି ବ୍ୟକ୍ତି ବାରହା ଶିକାର ପାଇଁ ପକାଇ ଥିବା ଫାସରେ ଫସିଥିଲା ଏକ ଚିତାବାଘ। ଖବର ଜାଣିବା ପରେ ଦିବା ପ୍ରାୟ ୧୧ଟା ସମୟରେ ରେଞ୍ଜର ଫକୀର ଚରଣ ବେହେରା ଓ ମାଣିତରା ଫରେଷ୍ଟର ସରସ୍ଵତୀ ନାୟକ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ମଧ୍ୟ ପହଞ୍ଚିଥିଲେ। ପରେ ପରେ ଭଞ୍ଜନଗର ଦକ୍ଷିଣ ଘୁମୁସର ଡିଏଫଓ ସତ୍ୟନାରାୟଣ ବେହୁରା, ଏସିଏଫ ଶଙ୍କର ନାୟକ ପ୍ରମୁଖ ପହଞ୍ଚିଥିଲେ। ଏହା ପରେ ପରେ ବ୍ରହ୍ମପୁର ରେଜିଓନାଲ ଚିଫ କଞ୍ଜର୍ଭେଟର ପ୍ରଶାନ୍ତ କୁମାର ମିଶ୍ର ମଧ୍ୟ ପହଞ୍ଚିଥିଲେ। ଚିତାବାଘଟିକୁ ଜାଲ ଦ୍ୱାରା ନଗୁଡୁ ପାହାଡ଼ରୁ ଧରି ବୁଗୁଡା ବନାଞ୍ଚଳ କାର୍ୟ୍ୟାଳୟକୁ ଯନ୍ତାରେ ନିଆଯାଇଥିଲା। ସେଠାରେ ଚିତାବାଘକୁ ପିଇବାକୁ ପାଣି ଓ ଖାଇବାକୁ କୁକୁଡ଼ା ଦିଆଯାଇଥିଲେ ମଧ୍ୟ ଖାଇନଥିଲା। ପରେ ଚିତାକୁ ନେଇ ଜଙ୍ଗଲରେ ଛାଡି ବନ ବିଭାଗ କର୍ମଚାରୀ ବୃନ୍ଦ ଗତିବିଧିକୁ ଲକ୍ଷ୍ୟ ରଖିଥିଲେ। ସ୍ଥାନୀୟ କର୍ମଚାରୀ ଚିତାର ଅବସ୍ଥା ଖରାପ ହେଉଥିବା ନେଇ ଜଣାଇବା ପରେ ଅଧିକାରୀ ବୃନ୍ଦ ଘଟଣା ସ୍ଥଳକୁ ଯାଇ ଚିତାକୁ ବୁଗୁଡା ଆଣିଥିଲେ। ବୁଗୁଡା ପ୍ରାଣୀଧନ ଚିକିତ୍ସକ ଚିତାକୁ ମୃତ ଘୋଷଣା କରିଥିଲେ। ଆଜି ବୁଗୁଡା ପ୍ରାଣୀଧନ ଚିକିତ୍ସକ ଡାକ୍ତର ଭଗବତୀ ପ୍ରସାଦ ଦାଶ ଚିତାବାଘର ଶବକୁ ବ୍ୟବଚ୍ଛେଦ କରି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ପ୍ରକାଶ କରିଛନ୍ତି।

ଚିତାଟି ବାରହା ଫାସରେ ପ୍ରାୟ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରହି ଉଦ୍ଧାର ପାଇଁ ଟଣା ଓଟରା ଯୋଗୁଁ ଶ୍ଵାସନଳୀ ଅସୁବିଧା ହୋଇ ଆସ୍ତେ ଆସ୍ତେ ଜୀବନ ଯିବା କାର୍ୟ୍ୟ ଆରମ୍ଭ ହୋଇ ଶେଷରେ ମୃତ୍ୟୁ ମୁଖରେ ପଡିଥିବା ପ୍ରକାଶ କରିଛନ୍ତି। ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ବାସସ୍ଥାନ। ଜଙ୍ଗଲ ଉପରେ ପଶୁ ପକ୍ଷୀଙ୍କ ସମ୍ପୂର୍ଣ୍ଣ ଅଧିକାର ଥିବା ବେଳେ କେତକ ବ୍ୟକ୍ତି ବାରହା ଶିକାର ପାଇଁ ଫାଶ ପକାଇଥିବା ବେଳେ ଏକ ବିରଳ ପ୍ରଜାତିର ଚିତାବାଘ ଫାଶରେ ଫସି ମୃତ୍ୟୁ ମୁଖରେ ପଡିଲା। ଯାହାକି ଏକ ଅପୁରଣୀୟ କ୍ଷତି। ଏହି ପରି ଫାସ ପାଇଁ ବନ ବିଭାଗ ସହ ସ୍ଥାନୀୟ ଜନସାଧାରଣ ମଧ୍ୟ ସଚେତନ ରହିବା ଜରୁରୀ ଆବଶ୍ୟକ। ସମସ୍ତେ ଜାଣିବା ଦରକାରଯେ ଚାଷୀଙ୍କ ଫସଲକୁ ବନ୍ୟ ପ୍ରାଣୀ କ୍ଷତି କଲେ ବନ ବିଭାଗ କ୍ଷତିପୂରଣ ଦେଇଥାନ୍ତି। ଏହି କାରଣରୁ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ।ବନ୍ୟ ପ୍ରାଣୀ ଶିକାରକୁ କଡା କଡି ଭାବେ ରୋକିବାକୁ ପ୍ରଶାସନ ସଜାଗ ହେବା ନେଇ ଆଲୋଚନା ହେଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories