www.samajalive.in
Sunday, December 7, 2025
14.1 C
Bhubaneswar

୨ ଦିନରେ ୧୦୦ କୋଟି ପାର୍‌

ମୁମ୍ବଇ: ପାର୍ବଣ ଋତୁରେ ସିନେପ୍ରେମୀଙ୍କୁ ‘ଟାଇଗର ୩’ ଉପହାର ଦେଇଛନ୍ତି ବଲିଉଡ଼ ଭାଇଜାନ୍‌ ସଲମାନ ଖାନ। ରବିବାର ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ତେବେ ସଲମାନଙ୍କ ଫିଲ୍ମର ପ୍ରଥମ ଦିନ ଆୟ ‘ଯୱାନ’ ଓ ‘ପଠାନ’ଠାରୁ କମ୍‌ ରହିଛି ସତ, କିନ୍ତୁ ପ୍ରଥମ ସୋମବାର ଏହା କମାଲ୍‌ ପ୍ରଦର୍ଶନ କରିଛି। ମାତ୍ର ଦୁଇ ଦିନରେ ଏହି ଚଳଚ୍ଚିତ୍ରର ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଛି।

ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୪୪.୫୦କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୫୭.୫୦କୋଟି ଟଙ୍କା ଆୟ କରିଛି। ଏହି ଆୟ ‘ପଠାନ୍’, ‘ଯୱାନ’ ଏବଂ ‘ବାହୁବଲୀ-୨’ର ହିନ୍ଦୀ ସଂସ୍କରଣର ପ୍ରଥମ ସୋମବାର ବ୍ୟବସାୟଠାରୁ ଅଧିକ। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଟାଇଗର ୩’ ବର୍ତ୍ତମାନ ପ୍ରଥମ ସୋମବାର ଆୟ ପରୀକ୍ଷାରେ ଶୀର୍ଷରେ ରହିଛି। ଦ୍ବିତୀୟ ଦିନର ଆୟ ଦେଖିଲେ ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଫିଲ୍ମଟି ମୋଟ ୧୦୨କୋଟି ଟଙ୍କା ଆୟ କରିସାରିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories