www.samajalive.in
Sunday, December 7, 2025
26.1 C
Bhubaneswar

ବଜ୍ରପାତରେ ୨ ମୃତ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅଧୀନ ଡିହଗାଁ ପଂଚାୟତ ଡିହଗାଁ ଗ୍ରାମରେ ବଜ୍ରପାତ ଘଟି ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଉଦୟନାଥ ପ୍ରଧାନ(୭୨) ଓ ଆଶାଲତା ସାହୁ(୫୨)।
ସକାଳ ପ୍ରାୟ ସାଢେ ୫ଟା ସମୟରେ ଉଦୟନାଥ ନିଜ ଜମିକୁ ଯାଉଥିବାବେଳେ ଆଶାଲତା ନଦୀକୁ ଯାଉଥିଲେ। ଉଭୟ ଅତି ନିକଟତର ଥିବାବେଳେ ହଠାତ୍ ବଜ୍ରପାତ ଘଟିଥିଲା। ଘଟଣାସ୍ଥଳରେ ଉଭୟ ସଂଜ୍ଞାହୀନ ହୋଇ ପଡିଥିଲେ। କିଛି ବ୍ୟକ୍ତି ଏହା ଦେଖି ଉଭୟଙ୍କୁ ଉଦ୍ଧାର କରିବା ସହ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଶବକୁ ପୂର୍ବାହ୍ଣ ୯ଟା ସମୟରେ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା। ଡାକ୍ତର ସରୋଜ କୁମାର ପୃଷ୍ଟି ପ୍ରସ୍ତୁତ ରହିଥିବାବେଳେ ସୁଇପର, ପୁଲିସ କର୍ମଚାରୀ ଏବଂ ଉଭୟ ପରିବାରର ସମ୍ପର୍କୀୟ ବାହାରେ ଉପସ୍ଥିତ ଥିଲେ। ଶବ ଗୃହ ନିକଟରେ ଥିବା ଏକ ଗଛରେ ମହୁ ବସା ରହିଥିବାବେଳେ ହଠାତ୍ ମହୁମାଛି ଆକ୍ରମଣ କରିବା ଆରମ୍ଭ କରିଥିଲେ।
ଫଳରେ ଡାକ୍ତରଙ୍କ ସହ ଅନ୍ୟମମାନେ ଶବ ଛାଡି ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏହି ଆକ୍ରମଣରେ ଡା. ପୃଷ୍ଟି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ସୁଇପର ବିକ୍ରମ ନାୟକ, ମାନସ ନାୟକ, କନେଷ୍ଟବଳ ଶିବପ୍ରସାଦ ଭୁକ୍ତା, ଆମ୍ବୁଲାନ୍ସ ଡ୍ରାଇଭର ଲାଲ୍ ମହମ୍ମଦ ଏବଂ ଉଭୟ ପରିବାରର କିଛି ସମ୍ପର୍କୀୟ ଆହତ ହୋଇଛନ୍ତି। ମହୁମାଛି ଆକ୍ରମଣ ପରେ ଶବ ବ୍ୟବଚ୍ଛେଦ ଗୃହକୁ କେହି ବି ପଶିବାକୁ ସାହସ ଜୁଟାଇ ନ ଥିଲେ। ପ୍ରାୟ ୪ ଘଣ୍ଟା ଧରି ଶବ ପଡି ରହିବା ପରେ ଅପରାହ୍ଣ ୧ଟା ସମୟରେ ଉଭୟ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories