ଦୁଇ ଯୁବତୀଙ୍କୁ ପୁଲିସ୍ର ମାଡ଼!
ଭୁବନେଶ୍ୱର: ଥାନାରେ ପୁଲିସ୍ ମାଡ଼ ମାରିଥିବା ଦୁଇ ଯୁବତୀ ଅଭିଯୋଗ ଆଣିଛନ୍ତି। ମାଡ଼ରେ ଜଣଙ୍କ ହାତ ଓ ଅନ୍ୟ ଜଣଙ୍କ ଜଙ୍ଘରେ କ୍ଷତ ଚିହ୍ନ ଥିବାର ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଜମି ବିବାଦକୁ ନେଇ ନୟାପଲ୍ଲୀ ଥାନାକୁ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ପୁଲିସ୍ ମାଡ଼ ମାରିଥିବା ଯୁବତୀଦ୍ୱୟ କହିଛନ୍ତି। ଅପରପକ୍ଷରେ ନୟାପଲ୍ଲୀ ଥାନା ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଦୁଇ ପରିବାର ମଧ୍ୟରେ ଲାଗିଥିବା ଜମିଜମା ବିବାଦର ସମାଧାନ କରିବାକୁ ଯିବା ବେଳେ ପୁଲିସ କର୍ମଚାରୀ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୁଲିସ ପାଲଟା ଅଭିଯୋଗ କରିଛି। ଗଣ୍ଡଗୋଳ ଘଟଣାରେ ପୁଲିସ କିଛି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଗତ ଗୁରୁବାର ଜାମିନ୍ରେ ଆସିଥିବା ଦୁଇ ଯୁବତୀଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଭିଡିଓ ଭାଇରାଲ୍ ହୋଇଛି। ଏହି ଘଟଣାର ତଦନ୍ତ କରାଯିବ ଓ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ମହାନିର୍ଦେଶକ ଡ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। କମିଶନରେଟ୍ ପୁଲିସକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।