www.samajalive.in
Sunday, December 7, 2025
23.1 C
Bhubaneswar

ଆପଣଙ୍କ ଉଜ୍ବଳତା କମାଇଥାଏ ଏସବୁ ଖାଦ୍ୟ-ପାନୀୟ

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ତଥା ଉଜ୍ଜ୍ଵଳ ଚେହେରା ପାଇବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ମହିଳାମାନେ ଏ ଦିଗ ପ୍ରତି ଅଧିକ ସଚେତନ। କିନ୍ତୁ ବେଳେବେଳେ ତ୍ବଚାର ଅନେକ ଯତ୍ନ ନେଇ ମଧ୍ୟ ତ୍ବଚା ମଳିନ ଦେଖାଯିବା ସହ ରୁକ୍ଷ ତଥା ଶୁଷ୍କ ହୋଇଯାଏ। ତ୍ବଚାକୁ ଉଜ୍ଜ୍ଵଳ ତଥା ଗୋରା କରିବା ପାଇଁ ଆମେ ତ୍ବଚାରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ଲଗାଇଥାଉ ସତ ହେଲେ ଆମେ ଜାଣି ନ ଥା’ନ୍ତି ଯେ କେବଳ ତ୍ବଚା ଉପରର ଯତ୍ନ ନେଲେ ତାହା ସୁନ୍ଦର ବା ଗୋରା ହୋଇ ନଥାଏ। ତ୍ବଚାକୁ ଭିତରୁ ପୋଷଣ ମିଳିବା ଆବଶ୍ୟକ ହୋଇଥାଏ। ଅର୍ଥାତ୍‌ ଖାଦୀୟ-ପାନୀୟର ତ୍ବଚା ଉପରେ ବିଶେଷ ପ୍ରଭାବ ରହିଛି। ଉତ୍ତମ ଖାଦ୍ୟ-ପାନୀୟ ତ୍ବଚାକୁ ଚମକପ୍ରଦ କରୁଥିବା ବେଳେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇଲେ ତ୍ବଚା କଳା ପଡ଼ିବା ସହ ଧିରେଧିରେ ଖରାପ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଖାସ୍‌ ଖାଦ୍ୟ-ପାନୀୟ ବିଷୟରେ, ଯାହାର ସେବନ ଦ୍ବାରା ଆମ ତ୍ବଚା କଳା ପଡ଼ିବା ସହ ଶୁଷ୍କ ଓ ରୁକ୍ଷ ହୋଇଯାଏ –

ହ୍ଵାଇଟ ବ୍ରେଡ୍‌ : ସକାଳ ଜଳଖିଆରେ ଅନେକ ଲୋକ ବ୍ରେଡ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ହ୍ଵାଇଟ ବ୍ରେଡ ଖାଇବା ଦ୍ୱାରା ଶରୀରରେ ଇନସୁଲିନ ସ୍ତର ବଢିଯାଏ। ଏହା ବ୍ୟତୀତ ତ୍ବଚାରେ ଥିବା ଅଏଲ ପ୍ରଡକ୍ସନ ବଢିବା ଯୋଗୁଁ ଚେହେରାରୁ ଉଜ୍ୱଳତା କମ୍‌ ହୋଇଯାଏ।

- Advertisement -

ଛଣା ଖାଦ୍ୟ : ଅତ୍ୟଧିକ ଛଣା ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତ୍ୱଚା ଶ୍ୟାମଳ ହୋଇଯାଏ। ଏପରି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ୍‌ ବଢିବା ସହିତ ରକ୍ତ ସଞ୍ଚାଳନ କମ୍‌ ହୋଇଥାଏ। ତ୍ୱଚା ସଠିକ୍‌ ମାତ୍ରାରେ ଅମ୍ଳଜାନ ପାଇପାରେ ନାହିଁ। ଏଥିପାଇଁ ତ୍ବଚା ଶ୍ୟାମଳ ହୋଇଯାଏ। ଏହା ବ୍ୟତୀତ ବ୍ରଣ ଆଦି ସମସ୍ୟା ମଧ୍ୟ ଦେଖା ଦେଇଥାଏ।

ରାଗ ମସଲାଯୁକ୍ତ ଖାଦ୍ୟ : ରାଗ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପାଟିକୁ ସୁଆଦିଆ ଲାଗିଥାଏ। କିନ୍ତୁ ଏହା ଶରୀର ପାଇଁ ଖୁବ୍‌ ଖରାପ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ତାପମାତ୍ରା ବଢିଥାଏ, ଯଦ୍ବାରା ରକ୍ତକୋଷିକା ସଂପ୍ରସାରିତ ହୁଏ ଏବଂ ତ୍ବଚାର ଶ୍ୟାମଳତା ବୃଦ୍ଧିପାଏ।

କଫି : କଫିରେ ଥିବା ତତ୍ତ୍ୱ ଶରୀରରେ ହରମୋନ ସ୍ତରକୁ ବଢାଇଥାଏ। ଫଳରେ ତ୍ବଚା ଖରାପ ହେବା ସହିତ କଳା ପଡ଼ିବାକୁ ଲାଗିଥାଏ। ଯଦି ଆପଣ କଫି ଅଧିକ ପିଉଛନ୍ତି, ତେବେ ଏଥିରୁ ଦୂରେଇ ରୁହନ୍ତୁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories