ବି.ରାଧିକାଙ୍କୁ ଅବସର ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୮୯ ବ୍ୟାଚର ଆଇପିଏସ ବି.ରାଧିକାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆଇପିଏସ ଅଫିସର ବି.ରାଧିକାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏବେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ବି.ରାଧିକା। ଏହାସହିତ ଏସଏଫଏସଏଲର ନିର୍ଦେଶକ ଦାୟିତ୍ବରେ ମଧ୍ୟ ରହିଛନ୍ତି ବି. ରାଧିକା। ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ରାଧିକା।

Comments are closed.