ମୌଳିକ ଅଧିକାର ପାଇଁ ଏକତ୍ରିତ ହେଲେ ତିନି ପଞ୍ଚାୟତର ଜନପ୍ରତିନିଧି ଓ ଗ୍ରାମବାସୀ

ଫୁଲବାଣୀ : ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଥିବା ତିନୋଟି ପଞ୍ଚାୟତ ଲଙ୍କାଗଡ଼, ଭଣ୍ଡରଙ୍ଗି ଓ ଝିରିପାଣି ପଞ୍ଚାୟତର ସରପଞ୍ଚ କୁନ୍ତି ପାତ୍ର, ଅନନ୍ତ ପାତ୍ର ଓ ସସ୍ମିତା ପାତ୍ରଙ୍କ ତତ୍ତ୍ବାବଧାନରେ ୱାର୍ଡ ସଭ୍ୟସଭ୍ୟା, ବୁଦ୍ଧିଜୀବୀ, ଅଞ୍ଚଳବାସୀ ଓ ଅନ୍ତରଙ୍ଗ ଯୁବକ ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ଅଞ୍ଚଳର ମୌଳିକ ଅଧିକାର ଯଥା ସଡ଼କ, ସ୍ବାସ୍ଥ୍ୟସେବା, ନେଟୱର୍କ ସେବା ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ କିପରି କରାଯାଇପାରିବ ସେଥିନେଇ ସେମାନେ ଏକତ୍ରିତ ହୋଇ ବୈଠକ କରିଛନ୍ତି। ଦୀର୍ଘ ବର୍ଷ ଧରି ମୁଣ୍ଡିଗଡ଼ ଠାରୁ ଲାଙ୍କାଗଡ଼, ଭଣ୍ଡରଙ୍ଗି ଦେଇ ଝିରିପାଣିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା, ତାହା ବର୍ତ୍ତମାନ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଯାହା ଫଳରେ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ନାକୁ ଆସିଛି। ଏଥିସହିତ ସ୍ବାସ୍ଥ୍ୟସେବା ଓ ନେଟୱର୍କ ସମସ୍ୟା ମଧ୍ୟ ସାତ ସପନ ହୋଇପଡ଼ିଛି।

ଏହି ସମସ୍ୟା ଯୋଗୁଁଁ କୌଣସି ଅତିରିକ୍ତ କାର୍ଯ୍ୟ ପାଇଁ ଯୋଗାଯୋଗ ହୋଇପାରୁଥିବା ଜନପ୍ରତିନିଧି ଓ ଅଞ୍ଚଳବାସୀ  ପ୍ରକାଶ କରିଛନ୍ତି। ଅଞ୍ଚଳବାସୀଙ୍କ କହିବାନୁସାରେ ଅନେକ ଥର ଏହି ସମସ୍ୟା ଯଥା ସଡ଼କ ମରାମତି, ସ୍ବାସ୍ଥ୍ୟସେବା ଓ ନେଟୱର୍କ ସେବା ପାଇଁ ବ୍ଲକ ପ୍ରଶାସନ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଆଜିର ଏହି ବୈଠକରେ ତିନୋଟି ପଞ୍ଚାୟତବାସୀଙ୍କ ସର୍ବସମ୍ମତି କ୍ରମେ ଉପରୋକ୍ତ ସମସ୍ୟାର ସମାଧାନ କରିବା ପାଇଁ ଜିଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀପତ୍ର  ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ୟା ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବେ ବୋଲି ଅଞ୍ଚଳବାସୀ ଆଲୋଚନା ଦେଇଛନ୍ତି।

Comments are closed.