www.samajalive.in
Friday, December 5, 2025
17.1 C
Bhubaneswar

ରାଜ୍ୟସଭାରେ ଆଗତ ହେଲା ଜିଏସଟି ସଂଶୋଧନ ବିଧେୟକ

ଡେସ୍କ: ରାଜ୍ୟସଭାରେ ଆଜି କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ସଂଶୋଧନ ବିଲ୍ – ୨୦୨୩ ଆଗତ କରାଯାଇଛି। ଏହି ବିଲ୍ ପାରିତ ହେଲେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଧେୟକ ୨୦୧୭ର ବ୍ୟବସ୍ଥାରେ ସଂଶୋଧନ ହୋଇପାରିବ। ଏହା ଦ୍ୱାରା କେନ୍ଦ୍ର ସରକାର ଅପିଲେଟ ଟ୍ରିବ୍ୟୁନାଲ ଗଠନ କରିପାରିବେ।

ଚୀନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

- Advertisement -

ରାଜ୍ୟସଭାରେ ସଂଶୋଧନ ବିଲ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଲ୍ – ୨୦୧୭ର ଦୁଇଟି ବିଭାଗକୁ ରଦ୍ଦ କରିବାକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିଲ୍ ଆଗତ କରାଯାଇଛି। ୨୦୧୯ରେ ଜିଏସଟି ଅପିଲେଟ ଟ୍ରିବ୍ୟୁନାଲ ଗଠନ ନେଇ ସୂଚିତ କରାଯାଇଥିଲା। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ସେବା ଓ ସର୍ତ୍ତାବଳୀ ସ୍ଥିର କରିବା କାର୍ଯ୍ୟ ଚାଲିଛି।

ତିକ୍ତତା ମଧ୍ୟରେ ତାଇୱାନ ସୀମା ଅତିକ୍ରମ କଲା ଚୀନ ବେଲୁନ; ପ୍ରବେଶ କଲା ସାମରିକ ବିମାନ

ଏହି ସଂଶୋଧନ ବିଧେୟକ ନେଇ ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ଗୃହରେ ବିତର୍କ ଆରମ୍ଭ କରିଥିଲେ। ଏହି ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ, ଜଣେ ଟ୍ରଷ୍ଟି ସଦସ୍ୟ ଏବଂ ଦୁଇଜଣ ବୈଷୟିକ ସଦସ୍ୟ ରହିବେ। ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କ ବୟସ ସୀମାକୁ ୬୭ରୁ ୭୦ ବର୍ଷ ଏବଂ ସଦସ୍ୟଙ୍କ ବୟସ ସୀମାକୁ ୬୫ରୁ ୬୭ବର୍ଷକୁ ବୃଦ୍ଧି କରିବାକୁ ବିଲରେ ବ୍ୟବସ୍ଥା ରହିଛି। ଏଥିରେ ଓକିଲମାନେ ନ୍ୟାୟିକ ସଦସ୍ୟ ଭାବରେ ନିଯୁକ୍ତ ହେବା ପାଇଁ ଅତି କମରେ ଦଶ ବର୍ଷର ଅଭିଜ୍ଞତା ରହିବା ବାଧ୍ୟତାମୂଳକ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories