www.samajalive.in
Saturday, December 6, 2025
17.1 C
Bhubaneswar

ତିକ୍ତତା ମଧ୍ୟରେ ତାଇୱାନ ସୀମା ଅତିକ୍ରମ କଲା ଚୀନ ବେଲୁନ; ପ୍ରବେଶ କଲା ସାମରିକ ବିମାନ

ତାଇପେ: ଚୀନ ତା’ର କାର୍ଯ୍ୟକଳାପରୁ ନିବୃତ ହେଉନାହିଁ। ଏବେ ପୁଣି ଥରେ ଚୀନ୍‌ ବେଲୁନ ତାଇୱାନ ସୀମା ଅତିକ୍ରମ କରିଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର କହିଛି ଯେ, ତାଇୱାନ ସୀମାରେ ଏକ ଚୀନ୍‌ ସାମରିକ ତଦାରଖ ବେଲୁନ ଏବଂ ବହୁ ସଂଖ୍ୟକ ସାମରିକ ବିମାନ ସହ ଜାହାଜ ଦେଖିବାକୁ ମିଳିଛି।

ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସକାଳ ୬ଟା ସମୟରେ ତାଇୱାନ ସୀମାରେ ଆଠଟି ଚାଇନିଜ୍‌ ପିପୁଲ୍ସ ଲିବରେସନ୍‌ ଆର୍ମି ବିମାନ ଏବଂ ତିନିଟି ପିଏଲଏଏନ ଜାହଜ ଥିବା ସୂଚନା ମିଳିଥିଲା। ପରେ ପିଏଲଏର ଆଠଟି ବିମାନ ମଧ୍ୟରୁ ଗୋଟିଏ କେଜେ-୫୦୦ ଦକ୍ଷିଣ-ପଶ୍ଚିମରେ ତାଇୱାନ ଆକାଶ ସୀମାରେ ପ୍ରବେଶ କରିଥିଲା।

- Advertisement -

ମନ୍ତ୍ରଣାଳୟ କହିଛି ଯେ, ତାଇୱାନ ସେନା ଯୁଦ୍ଧ ବିମାନଳ ନୌସେନା ଜାହାଜ ଏବଂ ସ୍ଥଳଭାଗ କ୍ଷେପଣାସ୍ତ୍ର ପ୍ରଣାଳୀ ଜରିଆରେ ସ୍ଥିତି ଉପରେ ନଜର ରଖିଥିଲେ। ବେଲୁନଟି ପ୍ରାୟ ୧୨,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିବା ଦେଖାଯାଇଥିଲା। ମନ୍ତ୍ରଣାଳୟ ଆହୁରି କହିଛି ଯେ, ମଙ୍ଗଳବାର ଏକ ପିଆରସି ବେଲୁନ ବିଷୟରେ ସୂଚନା ମିଳିଥିଲା। ବେଲୁନ ପୂର୍ବ ଆଡ଼କୁ ବଢୁଥିଲା ଏବଂ ବୁଧବାର ସକାଳୁ ଅଦୃଶ୍ୟ ହୋଇଯାଇଥିଲା।

ସୂଚନାଯୋଗ୍ୟ ଯେ, ଚୀନ୍ ପ୍ରତିଦିନ ଏସବୁ କାର୍ଯ୍ୟକଳାପ ଜାରି ରଖିଛି। ଅଧିକାଂଶ ଦିନ ଚୀନ ସେନା ବିମାନ ତାଇୱାନ ଅଞ୍ଚଳରେ ଅନୁପ୍ରବେଶ କରୁଛି, ଯେଉଁଥିପାଇଁ ଲଗାତାର ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories