www.samajalive.in
Sunday, December 7, 2025
14.1 C
Bhubaneswar

ଚୀନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ଚାଇନାର ଉତ୍ତର-ପଶ୍ଚିମ ଅଂଚଳର ଗଣସୁ ଏବଂ ଇଙ୍ଗାଇରେ ୬.୨ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି। ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ରାସ୍ତା, ବାସଗୃହ ଧ୍ୱଂସସ୍ତୁପରେ ପରିଣତ ହେବା ସହ ବିଦ୍ୟୁତ ସଂଯୋଗ ଓ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

https://samajalive.in/chinese-balloon-detected-crossing-taiwan-strait-median-line/520236.html

- Advertisement -

ସେଠାକାର ପ୍ରସାରଣକାରୀ ସିସିଟିଭି ଅନୁଯାୟୀ, ଗଣସୁ ଅଂଚଳରେ ୭୭୨ ଜଣ ଓ ଇଙ୍ଗାଇରେ୧୯୮ ଜଣ ଆହତ ହୋଇଛନ୍ତି। ଏହି ଭୂକମ୍ପରେ ୧୬ ଜଣ ନିଖୋଜ ଥିବା ଜଣାପଡିଛି। ପ୍ରାୟ ୧୫ ହଜାର ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ଅନ୍ୟ ପକ୍ଷରେ କେତେକ ଅଂଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ତଳକୁ ଖସି ଥିବାରୁ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

https://samajalive.in/odisha-news-1334/520214.html

ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ପ୍ରାୟ ୧ ହଜାର ୫୦୦ ଜଣ ଅଗ୍ନିଶମ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ୧୫୦୦ ଜଣଙ୍କୁ ପ୍ରସ୍ତୁତ ରଖାଯାଇଛି। ରିଲିଫ ଓ ଉଦ୍ଧାର ପାଇଁ ୩୦୦ ସେନା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୦ ମସିହାରେ ଏହି ଦୁଇଟି ସ୍ଥାନରେ ଭୂକମ୍ପ ଘଟି ୨ ହଜାର ୬୯୮ ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories