www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱାମୀଙ୍କ ମୃତ୍ୟୁକୁ ବର୍ଷେ ବିତିଲାଣି; ବିଧବା ଭତ୍ତାରୁ ବଞ୍ଚିତ ଘସେନ ମାଝୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତରେ ଏକ ପ୍ରକାର ସରକାରଙ୍କ ସାମାଜିକ ସୁରକ୍ଷା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ବାଟବଣା ହୋଇଥିବା ଏବେ ଚର୍ଚ୍ଚା ହେଉଛି। ଯାହା ଫଳରେ ଅସହାୟ ଗରିବ ବିଧବା ମହିଳାମାନେ ବର୍ଷ ବର୍ଷ ଧରି ଭତ୍ତା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ସ୍ୱାମୀ ପରପାରିକୁ ଚାଲିଯିବାଠାରୁ ଆଜକୁ ହାରାହାରି ବର୍ଷେ ହେବ ଦୁଇ ପୁଅ ଓ ଗୋଟିଏ ଝିଅ ସହ ଅତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ଲାଞ୍ଜି ଗ୍ରାମପଞ୍ଚାୟତ ଅଧୀନସ୍ଥ ସିନ୍ଧିପଦର ଗାଁର ଘସେନ ମାଝୀ। ଏପଟେ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେବା ସହ ସରପଞ୍ଚଙ୍କଠାରୁ ଅନେକ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ଖଣ୍ଡିକ ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କା ଏପର୍ଯ୍ୟନ୍ତ ପାଇପାରୁନଥିବା ପ୍ରକାଶ କରିଛନ୍ତି ବିଧବା ଘସେନ। ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ଏକା କୁଲି ମଜୁରୀ କରି ଘର ସମ୍ଭାଳିଥା’ନ୍ତି ଘସେନ। ତେବେ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କା ସହ ଭତ୍ତା ଖଣ୍ଡିକ ଯୋଗାଇ ଦେବାପାଇଁ ଘସେନ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନଙ୍କୁ ଆକୁଳ ଗୁହାରି କରିଛନ୍ତି।

ଏନେଇ ସ୍ଥାନୀୟ ପିଇଓ ସାଧୁରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେ, କଣ ହୋଇଛି ତାଙ୍କର ମୁଁ କହିପାରିବିନି। ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି। ତେବେ ଏ ଦିଗରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଘସେନଙ୍କ ସହ ତାଙ୍କ ବଡ଼ ଝିଅ ନେହୁରା ହୋଇ ଗୁହାରି କରିଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories