www.samajalive.in
Saturday, December 6, 2025
15.1 C
Bhubaneswar

କଲ୍ୟାଣସିଂହପୁରରେ ହାତୀ; ଲୋକେ ଭୟଭୀତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ ପୂଜାରିଗୁଡା ପଞ୍ଚାୟତରେ ହାତୀ ଦେଖିବାକୁ ମିଳିଛି। ଏହାପରେ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି। କିଛିଦିନ ଦେବ ଏକ ହାତୀ ପଲ କରପା ପଞ୍ଚାୟତ ଦେଇ ନାରାୟଣପୁର, ପୂଜାରିଗୁଡା ପଞ୍ଚାୟତର ରାଉତପରଡିଗୁଡା, ଲଟାଗୁଡା, ପଡେଇକାନୀ ଅଞ୍ଚଳରେ ଥିବା ଝୁଲା ଓ ବଣରେ ବୁଲିବା ପରେ କଲ୍ୟାଣସିଂହପୁରଠାରୁ ରାୟଗଡା ଯିବା ମୁଖ୍ୟ ରାସ୍ତାର ଖସିଗୁଡା ଓ ପଡେଇକାନି ମଝିରେ ରାସ୍ତାକୁ ବାହାରିଥିବା ଦେଖି ଲୋକେ  ଘୋଉଡାଇ ଥିଲେ। ହାତୀ ପୋଲ ଅଞ୍ଚଳର ଫସଲ ଧାନ, କାନ୍ଦୁଲ, ମାଣ୍ଡିଆ ଖାଇଯିବା ସହ ଅନେକ କପା ଗଛ ମାଡିଦେଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ବନପାଳ ସହଦେବ ରାଉତ, ବନରକ୍ଷୀ ସମେତ ହାତୀ ସ୍ୱାଡ୍‌ ପହଞ୍ଚି ଲୋକଙ୍କୁ ସଚେତନ କରି ହାତୀ ଖୋଜା ଖୋଜି ଜାରି ରଖିଛନ୍ତି। ଏ ସମ୍ପର୍କରେ ରେଞ୍ଜର ଚନ୍ଦନ ଗମାଙ୍ଗଙ୍କୁ ପଚାରିବାରୁ, ବର୍ତ୍ତମାନ ତିନିପଟ ହାତୀ ଆସି ପୂଜାରିଗୁଡା ବନାଞ୍ଚଳରେ ରହିଛି ସନ୍ଧ୍ୟା ବେଳେ ଜଙ୍ଗଲକୁ ଚାଲିଯିବ, ଲୋକଙ୍କୁ ମଧ୍ୟ ହାତୀକୁ ବିରକ୍ତ ନ କରି ସଙ୍ଗେ ସଙ୍ଗେ ସୂଚନା ଦେବାପାଇଁ ପରାମର୍ଶ ଦେଇଥିବା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories