www.samajalive.in
Monday, December 8, 2025
14.1 C
Bhubaneswar

ଜ୍ଞାନବାପୀ ପ୍ରସଙ୍ଗରେ ହିନ୍ଦୁ ପକ୍ଷଙ୍କ ଦାବିକୁ ଗ୍ରହଣ କଲେ ଅଦାଲତ

ବାରଣାସୀ – ଜ୍ଞାନବାପୀ ମସ୍‌ଜିଦ୍‌ ପ୍ରସଙ୍ଗରେ ବାରଣାସୀ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଚାଲିଥିବା ମାମଲାରେ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି । ମୁସଲିମ୍‌ ପକ୍ଷ ଏହାକୁ ଗ୍ରହଣ ନକରିବା ପାଇଁ ଆବେଦନ କରିଥିଲେ ।  ମନ୍ଦିରକୁ ଭାଙ୍ଗି ମସ୍‌ଜିଦ୍‌ କରାଯିବା ଏବଂ ଏବେ ବି ଏହାର ପରିସରରେ ଅନେକ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ଥିବାରୁ ସେଠାରେ ପ୍ରାର୍ଥନା କରିବା ପାଇଁ ୫ ଜଣ ହିନ୍ଦୁ ମହିଳା ଆବେଦନ କରିଥିଲେ । ଏକେ ବିଶ୍ୱେସଙ୍କ ଜଣିକିଆ ଖଣ୍ଡପୀଠ ଏହାର ଶୁଣାଣୀ କରୁଛନ୍ତି ।

ହିନ୍ଦୁଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ମାମଲା ପରିଚାଳନା କରୁଛନ୍ତି । ଆଇନ ପରିସରରେ ସାମ୍ବିଧାନିକ ନୀତି ନିୟମ ଅନୁସାରେ ମାମଲା ପରିଚାଳିତ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି । ମୁସଲମାନ୍‌ଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଂଜୁମନ୍‌ ଇତଜାମିଆ ମସଜିଦ୍ ର ସଦସ୍ୟମାନେ ଅଦାଲତଙ୍କ ଏହି ରାୟରେ ସନ୍ତୁଷ୍ଟ ନଥିବା କଥା ପ୍ରକାଶ କରିଛନ୍ତି ।

- Advertisement -

ଆଲାହାବାଦ ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରାଯିବ ବୋଲି ଅଂଜୁମନ୍‌ ଇତଜାମିଆ ର ସଦସ୍ୟମାନେ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories