ଭାରତରେ ୨୦ ଲକ୍ଷ ଟଙ୍କାରେ ମିଳିବ ଟେସ୍ଲା ଇଲେକ୍ଟ୍ରିକ କାର୍
ନୂଆଦିଲ୍ଲୀ – ଭାରତରେ ଏଲନ୍ ମସ୍କ ଟେସ୍ଲାର ଇଲେକ୍ଟ୍ରିକ୍ କାର ଉତ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ଟେସ୍ଲାର ପ୍ଲାଣ୍ଟ ସ୍ଥାପନ କରାଯିବ । ଆମେରିକା ବଜାରରେ ୩୫ ଲକ୍ଷ ଟଙ୍କାରେ ମିଳୁଥିବା ଟେସ୍ଲା କାର ଭାରତରେ ୨୦ ଲକ୍ଷ ଟଙ୍କାରେ ମିଳିବ ବୋଲି କୁହାଯାଉଛି ।
ଏଥିପାଇଁ ଟେସ୍ଲାର କର୍ତ୍ତୃପକ୍ଷ ଭାରତ ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରତି ବର୍ଷ ଭାରତରେ ୫ ଲକ୍ଷ ଟେସ୍ଲା କାର୍ ତିଆରି କରାଯିବ ବୋଲି ଆକଳନ କରାଯାଇଛି । ଆମେରିକାଠାରୁ ଏହା ୧୫ ଲକ୍ଷ ଟଙ୍କା ଶସ୍ତା ହେବ । ଆମେରିକାର ଟେସ୍ଲାର ପ୍ରାରମ୍ଭିକ ମୂଲ୍ୟ୪୩,୩୯୦ ଆମେରିକୀୟ ଡଲାର ବା ୩୫ ଲକ୍ଷ ଟଙ୍କା ରହିଛି ।
ଟେସ୍ଲା ଆମେରିକାର ଏକ ଅଗ୍ରଣୀ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ।
Comments are closed.