ହଳଦିଆ ଦାନ୍ତ ଧଳା କରିବାକୁ ଚାହୁଁଥିଲେ ଆପାଣାନ୍ତୁ ଏହି ଉପାୟ

0

ଯୁବତୀ ଅବା ମହିଳା, କେତୋଟି ଦିଗ ପ୍ରତି ସାମାନ୍ୟ ସଚେତନ ହେଲେ ସେମାନଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଏଭଳି ଅନେକ ବର୍ଗର ସୁନ୍ଦରୀ ମହିଳା ଅଛନ୍ତି, ଯେଉଁମାନଙ୍କ ନିମନ୍ତେ ଦାନ୍ତର ଦୁର୍ଗନ୍ଧ ଓ ରୂପ ଏକ ମୁଖ୍ୟ ଅସୁବିଧା ହୋଇଥାଏ।

ହଳଦିଆ ଦାନ୍ତକୁ ସୁନ୍ଦର ତଥା ଧଳା ଦାନ୍ତରେ ରୂପାନ୍ତରିତ କରିବାକୁ ଚାହୁଁଥିଲେ, ନିୟମିତ ଭାବେ ବେକିଂ ସୋଡା ୧ଚାମଚରେ ହାଇଡ୍ରୋଜେନ୍ ପେରକସାଇଡ୍ ୨-୩ ବୁନ୍ଦା ମିଶାଇ ଦାନ୍ତ ଘଷନ୍ତୁ।

୧ ମାସ ମଧ୍ୟରେ ଦାନ୍ତ ସଫା ହେବା ସହ ଦୁର୍ଗନ୍ଧ ହେବନାହିଁ। ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ଟୁଥପେଷ୍ଟ ବଦଳରେ ନିୟମିତ ଭାବେ ଏହି ହାତତିଆରି ପେଷ୍ଟ ବ୍ୟବହାର କଲେ ଫରକ୍ ଶୀଘ୍ର ଜାଣିପାରିବେ।

ଏହାର ଅନ୍ୟ ଏକ ସହଜ ଉପାୟ ହେଲା ଯେକୌଣସି ଟୁଥପେଷ୍ଟ ନେଇ ସେଥିରେ ୨ରୁ ୪ ବୁନ୍ଦା ଲେମ୍ବୁରସ ଓ ଅଳ୍ପ ବେକିଂ ସୋଡା ମିଶାଇ ଦିଅନ୍ତୁ । ଦାନ ଘସିଲା ବେଳେ ଏହାକୁ ବ୍ରସରେ ନେଇ ଘସନ୍ତୁ । ଅଳ୍ପ ଦିନରେ ଏହାର ସୁଫଳ ପାଇ ପାରିବେ ।

Leave A Reply