www.samajalive.in
Sunday, December 7, 2025
14.1 C
Bhubaneswar

କ୍ୟାଭିଟିରୁ ମୁକ୍ତି ପାଇବାର ସହଜ ଉପାୟ

ବର୍ତ୍ତମାନ ଦାନ୍ତରେ କ୍ୟାଭିଟି ଏକ ମୁଖ୍ୟ ସମସ୍ୟା ପାଲଟିଛି। ଦାନ୍ତରେ ସୃଷ୍ଟି ହେଉଥିବା ଛୋଟ ଛୋଟ କଣା, ଯାହାକି ଧୀରେ ଧୀରେ ଦାନ୍ତମୂଳ ପଚିବାର କାରଣ ହୋଇଥାଏ, ତାହାକୁ କ୍ୟାଭିଟିଜ କୁହାଯାଏ। ଏହି ସମସ୍ୟା ଅଧିକ ଛୋଟ ପିଲାମାନଙ୍କ ଠାରେ ଦେଖାଯାଇଥାଏ। କାରଣ ସେମାନେ ଅଧିକ ଚକୋଲେଟ ଖାଇଥାଆନ୍ତି। ଛୋଟ ପିଲାଙ୍କ ବ୍ୟତୀତ ଅଧିକାଂଶ ଲୋକେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଦିନକୁ ୨ ଥର ଦାନ୍ତ ସଫା କରିବା ସହ କିଛି ଘରୋଇ ଉପାୟରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ….
ଲବଙ୍ଗ – ମୁଖର ତଥା ଦାନ୍ତ ବହୁ ସମସ୍ୟାକୁ ଲବଙ୍ଗ ଦୂର କରିଥାଏ। ଏହାର ଆଣ୍ଟି–ବ୍ୟାକ୍ଟେରିୟଲ ଗୁଣ ଦାନ୍ତର ଯନ୍ତ୍ରଣାକୁ କମ୍‌ କରିଥାଏ। ଦାନ୍ତ ଯନ୍ତ୍ରଣା ସମୟରେ ଦାନ୍ତରେ ଲବଙ୍ଗ ତେଲ ବ୍ୟବହାର କରିପାରିବେ।
ରସୁଣ – ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ରସୁଣ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ଅଟେ। ନିୟମିତ କଞ୍ଚା ରସୁଣ ଖାଇବା ଦାନ୍ତ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି–ବ୍ୟାକ୍ଟେରିଆ ଗୁଣ ପେନ କ୍ଲିୟର ଭଳି କାମ କରିଥାଏ।
ଲୁଣ ପାଣି – ନିୟମତି ଲୁଣ ପାଣିରେ କୁଳୁକୁଳୁ କରିବା ଦ୍ୱାରା ଦାନ୍ତରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। ଫଳରେ ଦାନ୍ତ ସୁସ୍ଥ ରହିଥାଏ।
ଲେମ୍ବୁ – ଲେମ୍ବୁରେ ଭିଟାମିନ-ସି ପ୍ରଚୁର ପରିମାଣରେ ରହିଛି। ଏଥିରେ ଥିବା ଏସିଡ଼ ଜୀବାଣୁକୁ ନଷ୍ଟ କରି ଦାନ୍ତରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ପାଟି ଭିତରେ ଏକ ଛୋଟ ଲେମ୍ବୁ ନେଇ ଚୋବାନ୍ତୁ। ଏହା ପରେ କିଛି ସମୟ ପରେ ପାଣିରେ ପାଟି ଧୋଇ ଦିଅନ୍ତୁ। ଏହାର ଦାନ୍ତର ହଳଦିଆ ଦାଗକୁ ଦୂର କରିଥାଏ।
ହଳଦୀ – କ୍ୟାଭିଟିରୁ ମୁକ୍ତି ପାଇବା ପାଇଁ ହଳଦୀର ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ମାଢିକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ। ଏହାକୁ ୨ଟି ପ୍ରକ୍ରିୟାରେ ବ୍ୟବହାର କରିପାରିବେ। କ୍ୟାଭିଟି ହୋଇଥିବା ସ୍ଥାନରେ ହଳଦୀ ଲଗାଇ କିଛି ସମୟ ପରେ ପାଟି ଧୋଇ ଦିଅନ୍ତୁ। ଅନ୍ୟ ଏକ ଉପାୟ ହେଉଛି, ଦାନ୍ତରେ ହଳଦୀ ଓ ସୋରିଷ ତେଲ ଲଗାଇ ୧୦ ମିନିଟ ଘଷନ୍ତୁ। ଏହା ପରେ ପାଟି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କ୍ୟାଭିଟିରୁ ମୁକ୍ତି ମିଳିଥାଏ।
ନିମ୍ବ – ଅଳ୍ପ କିଛି ନିମ୍ବପତ୍ରକୁ ଚୋବାଇ କିଛି ସମୟ ପରେ ପାଟି ଧୋଇ ଦିଅନ୍ତୁ। ଏହା ମଧ୍ୟ କ୍ୟାଭିଟିରୁ ମୁକ୍ତି ଦେଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories