www.samajalive.in
Monday, December 8, 2025
14.1 C
Bhubaneswar

ବୌଦ୍ଧ ବ୍ଲକ ଲେବେଲ-୫ ଏକ୍ସ କେଡର ଗଣଶିକ୍ଷକଙ୍କ କର୍ମକର୍ତ୍ତା ଚୟନ ଓ ସାଧାରଣ ବୈଠକ 

ବୌଦ୍ଧ : ବୌଦ୍ଧ ବ୍ଲକ ଲେବେଲ-୫ ଏକ୍ସ କେଡର ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ସ୍ଥାନୀୟ ମାତଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ସମାଧାନ ଉପରେ ଆଲୋଚନା ହୋଇଥିଲା। ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ବିଗତ ଦିନର କର୍ମକର୍ତାମାନେ କିଛିଦିନ ହେଲା କାର୍ଯ୍ୟ କରୁନାହାନ୍ତି ବୋଲି ଉପସ୍ଥିତ ଶିକ୍ଷକ ମାନେ କ୍ଷୋଭ ପ୍ରକାଶ କରିଥିଲେ। ଶିକ୍ଷକ ସୁଶାନ୍ତ କୁମାର ଅମାତ ବିନା କର୍ମକର୍ତାରେ ସମସ୍ୟା ଗୁଡିକର ସମାଧାନ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ଏହାପରେ ଏକ କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା।

ଏଥିରେ ସଭାପତି ଭାବରେ ଶିକ୍ଷକ ସୁଧୀର କୁମାର ପଟ୍ଟନାୟକ, ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ସମ୍ପାଦକ ମଞ୍ଜନ କୁମାର ମହାକୁଡ, ସହ-ସମ୍ପାଦକ ସୁଶାନ୍ତ କୁମାର ଅମାତ, କୋଷାଧ୍ୟକ୍ଷ ଲକ୍ଷୀନ୍ଦ୍ର ଥପା, ସହ-କୋଷାଧ୍ୟକ୍ଷ ମଧୁସୁଦନ ପ୍ରଧାନ ଓ ଉପଦେଷ୍ଟା କମିଟିର ସଭ୍ୟ ଭାବରେ ଯୋଗେଶ ମିଶ୍ର,ସଞ୍ଜୟ କୁମାର ପ୍ରଧାନ,ଉମେଶ ସୁନା,ଅନଙ୍ଗ ମହାକୁଡ ଓ ରଞ୍ଜନ ସାହୁଙ୍କୁ ଚୟନ କରାଯାଇଥିଲା। ଶେଷରେ ସ୍ମରଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories