ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଡିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ତିନି ଦଫା ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ମତେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ପ୍ରଥା ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା ସହାୟକ ଓ ଶିକ୍ଷାକର୍ମୀଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ  ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଗଣ ଶିକ୍ଷକଙ୍କୁ ଏକ୍ସ କ୍ୟାଡର ଉଚ୍ଛେଦ କରି ଏଲିମେଣ୍ଟରୀ କ୍ୟାଡରଭୂକ୍ତ କରାଯାଉ, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ, ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷାନିତିକୁ ପ୍ରଣୟନ କରି ତଦାନୁଯାଇ କାର୍ଯ୍ୟ କରାଯାଉଥିବାରୁ ତଥା ମୂଳ ପଦବିର ଯୋଗ୍ୟତା ରେ ପରିବର୍ତ୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ମୂଳ ବେତନ ଲେବୁଲ- ୯ କେନ୍ଦ୍ରୀୟ ହାରରେ ଗ୍ରେଡ ପେ ୪୨୦୦ କରାଯାଉ, ନୂତନ ପେନସନ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରାଯାଉ ଆଦି ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । କାର୍ଯ୍ୟକ୍ରମରେ ଦିଲ୍ଲିପ ପ୍ରଧାନ, ଶମ୍ଭୁ ପ୍ରସାଦ ଗିରି,ଶିଶିର ଖଟୁଆ,ବିରେନ ଦାଶିଆ, ମହେଶ ସେଠୀ, ନିଳାଞ୍ଚଳ ପାଢୀ, ସୁବାସ ପ୍ରଧାନ ପ୍ରମୁଖ ସାମିଲଥିଲେ।

Comments are closed.