www.samajalive.in
Monday, December 15, 2025
24.1 C
Bhubaneswar

କରୁଛନ୍ତି କି ଏହି ଭୁଲ୍‍

ଚା’ ଶୀତଦିନେ ହେଉ ଅଥବା ବର୍ଷଯାକ। ଅଧିକାଂଶ ଲୋକଙ୍କ ଏହା ପସନ୍ଦିଆ ପାନୀୟ। ମାତ୍ର ଏଭଳି କେତେକ ନିୟମ ରହିଛି, ଯାହା ଖାଦ୍ୟ ସେବନ ସହ ପାନୀୟ ଦ୍ରବ୍ୟ ପିଇବା ସମୟରେ ମଧ୍ୟ ମାନିବାକୁ ଆବଶ୍ୟକ। ତେବେ ଜାଣନ୍ତୁୁ ଚା’ ପିଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଚା’ ସହ କିଛି ଜିନିଷର ସେବନ କରିବା କ୍ଷତିକାରକ ହୋଇଥାଏ।
ଚା’ ସହ ଯେକୌଣସି କଞ୍ଚା ଜିନିଷ ସେବନ କରିବା ଉଚିତ ନୁହେଁ। ଚା’ ସହ ସାଲାଡ,ଗଜାମୁଗ, ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଏପରି କରିବା ଦ୍ୱାରା ଉଷୁମ ଓ ଥଣ୍ଡାର ମିଶ୍ରଣ ହୋଇଥାଏ। ଯାହା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଚା’ ସହ କିମ୍ବା ଚା’ ପିଇବାର ତୁରନ୍ତ ପରେ ଅଧିକ ହଳଦୀ ବ୍ୟବହାର କରାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।
କ୍ଷୀର ଚା’ ପିଇବା ପରେ ଲେମ୍ବୁ ଆଦୌ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏସିଡିଟି ଓ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଚା’ ସହିତ ବେସନ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଶରୀରରେ ଖାଦ୍ୟର ପୋଷକ ତତ୍ତ୍ୱକୁ ନଷ୍ଟ କରି ଦେଇଥାଏ।
ଚା’ ପିଇବା ପରେ ଥଣ୍ଡା ଜାତୀୟ ଜିନିଷ କିମ୍ବା ପାଣି ପିଅନ୍ତୁ ନାହିଁ। ଏହା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଏସିଡିଟି ଓ ପାଚନ ଜନିତ ସମସ୍ୟା ସୃଷ୍ଟି କରିଥାଏ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories