www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ବାଙ୍କୀ : ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ତଥା ସ୍ଥାନୀୟ ସରକାରୀ ଚର୍ଚ୍ଚିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାଶିଷ ହାଜରା ସୋମବାର ଦିନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ସମ୍ମିଳନୀ ପ୍ରକୋଷ୍ଠରେ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟ ମାନେ ଉପସ୍ଥିତ ରହି ପ୍ରଧାନଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷାବିତ୍ ପଣ୍ଡିତ ଗୋପୀମୋହନ କର, ସମ୍ମାନିତ ଅତିଥି ପଣ୍ଡିତ ନଗେନ କୁମାର ମହାପାତ୍ର,ସି.ଆର.ସି.ସି ବଳରାମ ପାଇକରାୟ ପ୍ରମୁଖ ଯୋଗଦେଇ ପ୍ରଧାନଶିକ୍ଷକ ଶ୍ରୀ ହାଜରାଙ୍କ ଛାତ୍ରବତ୍ସଳ ଏବଂ ଜଣେ କର୍ମଯୋଗୀ ଶିକ୍ଷକଙ୍କର ନୀତି,ଆଦର୍ଶ,ସ୍ନେହ,ଶ୍ରଦ୍ଧା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଛନ୍ତି। ଅନ୍ୟତମ ଅତିଥି ଭାବରେ ସାମ୍ବାଦିକ ବଳଭଦ୍ର ପଣ୍ଡା,ଗୈାରାଙ୍ଗ ବେହେରା,ମୋ ସ୍କୁଲ ସଭାପତି ସୁଧାଂଶୁ ରଂଜନ ପଟ୍ଟନାୟକ,ପରିଚାଳନା କମିଟି ଅଧ୍ୟକ୍ଷ ବାସନ୍ତି ମନ୍ତ୍ରୀ,ସରୋଜ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ବିଦ୍ୟାଧର ଖଟୁଆ,ଅମୂଲ୍ୟବାଳା ପଟ୍ଟନାୟକ,ପ୍ରଶାନ୍ତ ମଲ୍ଲିକ,ସୁବ୍ରତ କୁମାର ଖଟୁଆ,ଜୟନ୍ତି ଗୋଚ୍ଛି,ଜୁଲେଖା ହାରା, ଅଜୟ କୁମାର ଦିକ୍ଷିତ୍,ମାନସ କୁମାର ନନ୍ଦ,ନିବେଦିତା ଜେନା,କାହ୍ନୁ ଚରଣ ସାହୁ,ସର୍ମିଳା ସାହୁ ପ୍ରମୁଖ ଶିକ୍ଷକଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ଉଭୟ ବିଦ୍ୟାଳୟର ବୈାଦ୍ଧିକ ବିକାଶ,ବିଦ୍ୟାଳୟକୁ ସୈାନ୍ଦର୍ଯ୍ୟୀକରଣ ଏବଂ ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରିଚାଳନାରେ ଥିବା ସକ୍ରିୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଉଭୟ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କୋଭିଡ କଟକଣା ସହିତ କାର୍ଯ୍ୟକ୍ରମଟି ସଂକ୍ଷିପ୍ତ ଭାବରେ ଆୟୋଜିତ ହୋଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories