www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରବାସୀ ଭାରତୀୟଙ୍କ ପାଇଁ ‘ସ୍ଵାଗତଂ ମହୋତ୍ସବ’, ଝଲସିଲାଣି ଐତିହ୍ୟ ଗ୍ରାମ

ଭୁବନେଶ୍ୱର : ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଥମ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି। ଐତିହ୍ୟ ଗ୍ରାମର ପିଲାଠାରୁ ଯୁବକ ଏବଂ ବରିଷ୍ଠ କାରିଗରମାନେ ବିଭିନ୍ନ ଚିତ୍ରକଳାରେ ସଜେଇ ଚାଲିଛନ୍ତି ।

ସୂଚନା ମୁତାବକ, ଆସନ୍ତା ଜାନୁଆରୀ ୮, ୯ ଏବଂ ୧୦ ତାରିଖରେ ଓଡ଼ିଶାରେ ପ୍ରଥମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଐତିହ୍ୟ ଗ୍ରାମ ରଘୁରାଜପୁର ପ୍ରବାସୀ ଭାରତୀୟଙ୍କ ଅପେକ୍ଷାରେ ବିଭିନ୍ନ ପ୍ରକାର ପାରମ୍ପରିକ ଚିତ୍ରକଳାରେ ଝଲସିବାରେ ଲାଗିଛି । ଏହି ମହୋତ୍ସବରେ ପ୍ରାୟ ୪୦ରୁ ଊଦ୍ଧ ପାରମ୍ପରିକ ହସ୍ତଶିଳ୍ପୀ କାରିଗର ଭାଗ ନେବା ସହ ବିଭିନ୍ନ ହସ୍ତଶିଳ୍ପର ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରଦର୍ଶନୀ ଆସନ୍ତା ଜାନୁଆରୀ ୬ରୁ ଆରମ୍ଭ ହୋଇ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏହି ପ୍ରଦର୍ଶନୀକୁ ଐତିହ୍ୟ ଗ୍ରାମର କଳାକ୍ଷେତ୍ର ଏବଂ ଭୁବନେଶ୍ଵରର ୱାଲ୍ମି ଆକ୍ଟ ଅନୁଷ୍ଠାନ ମିଳିତ ଭାବେ ଆୟୋଜନ କରୁଛନ୍ତି ।

- Advertisement -

ପ୍ରଦର୍ଶନୀରେ ଓଡ଼ିଶାର ପାରମ୍ପରିକ ଚିତ୍ରକଳା, ପଟ୍ଟଚିତ୍ର, ତାଳପତ୍ର, ପିପିଲି ଚାନ୍ଦୁଆ, ପଥର କାରୁକାର୍ଯ୍ୟ ଏବଂ କାଠ ଖୋଦେଇ ହସ୍ତଶିଳ୍ପ ସ୍ଥାନ ପାଇବ ବୋଲି ଆୟୋଜକ କମିଟିର ସଭାପତି ସୁଦର୍ଶନ ସ୍ଵାଇଁ ପ୍ରକାଶ କରିଛନ୍ତି । ପ୍ରଦର୍ଶନୀ ମଧ୍ୟରେ ମହିଳା କାରିଗରମାନେ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେବା ସହ ଅତିଥ୍‌ଙ୍କ ସାମ୍ନାରେ ବିଭିନ୍ନ ପ୍ରଦର୍ଶନ ହସ୍ତଶିଳ୍ପ ପ୍ରସ୍ତୁତି କରିବେ । ପ୍ରବାସୀ ଭାରତୀୟଙ୍କୁ ଏଠାରେ ପାରମ୍ପରିକ ପୁରି ଖଜା ଏବଂ ଚନ୍ଦନପୁର ପ୍ରସିଦ୍ଧ ଚୁଡ଼ା କଦମ୍, ଡ଼ାଲମା, ଛେନା, ରାବିଡ଼ି ଏବଂ ମାଲପୁଆ ଖାଇବାକୁ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ପ୍ରବାସୀ ଭାରତୀୟମାନେ ଏହି ସମଯରେ ଆସି ପ୍ରଦର୍ଶନୀର ମଜା ଉଠାଇବା ସହ ଐତିହ୍ୟ ଗ୍ରାମ ବୁଲି ଚିତ୍ରକଳା ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ କିଣିବାର ସୁଯୋଗ ଉଠାଇ ପାରିବେ ବୋଲି ଆୟୋଜନ କମିଟିର ସମ୍ପାଦକ ବିପିନ ସାହୁ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories