www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧: ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର

ଯାଜପୁର: ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଯାଜପୁର ସହରକୁ ଅଧିକ ସ୍ୱଚ୍ଚ୍ଥ ଓ ସୁସ୍ଥ କରିବା ପାଇଁ ବର୍ତ୍ତମାନ ସମୟ ଆସିଚ୍ଥି ଏବଂ ଏଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବାକୁ ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ । ସଫେଇ କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀମାନେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ପରେ ସୁ-ବ୍ୟବସ୍ଥିତ ଓ ଉନ୍ନତ ଜ୍ଞାନ କୈାଶଳ ମାଧ୍ୟମରେ ପୈାର ସଂସ୍ଥା ତରଫରୁ ସେଗୁଡିକରୁ ଖତ ପ୍ରସ୍ତୁତି କରି ବିକ୍ରି କରାଯିବ । ଉପଲବ୍ଧ ଅର୍ଥକୁ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇ ଅବଶିଷ୍ଟ ଅର୍ଥକୁ ସରକାରଙ୍କୁ ପ୍ରଦାନ କରାଯିବ । ତେଣୁ ସମସ୍ତ ବ୍ୟକ୍ତିବିଶେଷ ଆବର୍ଜନା ଗୁଡିକୁ ନୀଳ ଓ ସବୁଜ ଡବାରେ ପକାଇବା ଉଚିତ । ସ୍ୱଚ୍ଚ୍ଥ ଭାରତର ସ୍ୱପ୍ନ ସାକାର ପାଇଁ ସ୍ୱଚ୍ଚ୍ଥ ସାଥୀ ଓ ସଫେଇ କର୍ମଚାରୀମାନଙ୍କର ଅବଦାନ ଅତୁଳନୀୟ । ତେଣୁ ସେମାନଙ୍କ ପାଇଁ ଯାଜପୁର ପୈାର ସଂସ୍ଥା ଗର୍ବିତ । ଉଲ୍ଲେଖନୀୟ କର୍ତ୍ତବ୍ୟ ପାଇଁ ସଫେଇ କର୍ମଚାରୀମାନଙ୍କୁ ପ୍ରମାଣ ପତ୍ର ଓ ମାସ୍କ ପ୍ରଦାନ କରାଯାଇଥିଲା । ପରେ ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଳିକ ସ୍ୱଚ୍ଚ୍ଥ ରଥକୁ ସହର ପରିକ୍ରମା ନିମନ୍ତେ ଉଦ୍ଘାଟନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ମୁନିସିପାଲିଟିର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ, ଓ.ଏସ୍.ଡି. ସୁଦର୍ଶନ ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସ୍ୱଚ୍ଚ୍ଥ ସାଥୀ, ସଫେଇ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ସାନିଟେସନ ବିଶେଷଜ୍ଞ ଦେବାଶିଷ ଭୂୟାଁ ଏହାକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories