ନବରଙ୍ଗପୁର : ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୫ବର୍ଷ ପରେ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥୀରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ବିରଳ ନାଗାର୍ଜୁନ ବେଶ କରାଯାଇଥିଲା। ପଞ୍ଚୁକରେ ୬ଦିନ ପଡିଲେ ଏହି ଯୋଗ ପଡିଥାଏ ବୋଲି କୁହାଯାଇଛି। ଏଥିପାଇଁ ପୂର୍ବାହ୍ନ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା। ରାଜପୁରୋହିତ, ମନ୍ଦିର ପୂଜକ ଓ ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ତେବେ କରୋନା କାରଣରୁ ଭକ୍ତମାନଙ୍କୁ ଦର୍ଶନରୁ ବାରଣ କରାଯାଇଥିଲା । ଫଳରେ ଭକ୍ତମାନେ ପ୍ରଭୁଙ୍କର ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇଥିଲେ। ଚଳିତ ରଥଯାତ୍ରାରେ ମଧ୍ୟ ତିନିଠାକୁରଙ୍କର ଦର୍ଶନରୁ ବଞ୍ଚିତ ହୋଇଥିବାବେଳେ ନାଗାର୍ଜୁନ ବେଶରେ ମଧ୍ୟ ଦର୍ଶନ କରି ପାରିନଥିଲେ। ତେବେ ମହାମାରୀ କରୋନା ଭଗବାନଙ୍କର ଠାରୁ ଭକ୍ତଙ୍କୁ ମଧ୍ୟ ଅଲଗା କରିଦେଇଥିବାବେଳେ ମନ୍ଦିରରେ ଦର୍ଶନ ମିଳିପାରୁନଥିବା ଭକ୍ତଙ୍କୁ ଦୁଃଖ ଦେଇଛି।
Popular Categories



