www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀପତିତପାବନ ଦେବଙ୍କ ନାଗାର୍ଜ୍ଜୁନ ବେଶ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବ ଶୁକ୍ରବାର ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀପତିତପାବନ ଦେବଙ୍କ ମସ୍ତକରେ ସୁସଜ୍ଜିତ ହାଣ୍ଡିଆ ଶୋଭା ପାଉଥିବା ବେଳେ ପଛପାର୍ଶ୍ବରେ ମହାପ୍ରଭୁ ନାଗାତାଟି ଧାରଣ କରିଥିଲେ । ଶ୍ରୀହସ୍ତରେ ଶଙ୍ଖଚକ୍ର ଓ ଗଦାପଦ୍ମରେ ସଜ୍ଜିତ ହୋଇଥିବା ଠାକୁରଙ୍କ ଏହି ଦୁର୍ଲଭ ପରାକ୍ରମୀ ଯୋଦ୍ଧାବେଶକୁ କରୋନା କଟକଣା ଯୋଗୁଁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ।

ଚଳିତ ବର୍ଷ କାର୍ତ୍ତିକ ମାସର ପଞ୍ଚୁକତିଥି ୫ଦିନ ପରିବର୍ତ୍ତେ ୬ଦିନ ପଡୁଥିବାରୁ ମଳ ତିଥିରେ ଶ୍ରୀପତିତପାବନ ଦେବଙ୍କ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ରାତ୍ର ୨ଟାରେ ମନ୍ଦିର ଭିତରଶୋଧ ଏବଂ ମଙ୍ଗଳଆଳତି ପରେ ଠାକୁରଙ୍କୁ ମଇଲମ କରାଯାଇଥିଲା । ତଡପଲାଗି, ଅବକାଶ ପରେ ରାତ୍ର ୪ଟାରୁ ପ୍ରଭୁଙ୍କୁ ନାଗାର୍ଜ୍ଜୁନ ବେଶ ଆରମ୍ଭ କରାଯାଇଥିଲା । ଏହି ବେଶ କରିବା ପାଇଁ ସାଢେ ୩ଘଣ୍ଟା ସମୟ ଲାଗିଥିଲା । ପରେ ଠାକୁରଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଆଦି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ୨ଟା ସମୟରେ ନାଗାର୍ଜ୍ଜୁନ ବେଶ ମଇଲମ ଅନୁଷ୍ଠିତ ହୋଇଥିଲା । ପରେ ମଧ୍ୟାହ୍ନଧୂପ, ମଇଲମ ଓ ବେଶ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ମଇଲମ, ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ଓ ରାତ୍ରପହୁଡ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡା, ସେବକ ଦେବପ୍ରସାଦ ମହାପାତ୍ର, ନନ୍ଦକିଶୋର ମହାପାତ୍ର, ବଳରାମ ମହାପାତ୍ର, ସନ୍ତୋଷ ମହାପାତ୍ର, ଅନିଲ ମହାରଣା, କାଳିଆ ମହାପାତ୍ର, ରାକେଶ ମହାପାତ୍ର, ସନ୍ତୋଷ ପ୍ରମୁଖ ଠାକୁରଙ୍କର ସମସ୍ତ ବେଶ ଓ ନିତୀକାନ୍ତିକୁ ତୁଳାଇଥିବା ବେଳେ ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ବବୁଲ ମହାପାତ୍ର, ସଂପାଦକ ଦେବାଶିଷ ମହାପାତ୍ର, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories