ସ୍ୱଚ୍ଛ ଭାରତ ବହିରେ ପାକିସ୍ତାନ ଜାତୀୟ ପତାକା ଆଙ୍କୁଥିବା ବାଳିକାର ଫଟୋକୁ ନେଇ ବିବାଦ
ଜାମୁଇ(ବିହାର): ବିହାରର ଜାମୁଇରେ ସ୍ୱଚ୍ଛ ଭାରତ ପାଇଁ ୫ ହଜାର ବହି ଛପା ଯାଇଥିଲା । ଏଥିରେ ସ୍ୱଚ୍ଛ ଜାମୁଇ,ସ୍ୱସ୍ଥ ଜାମୁଇ ଛପା ଯାଇଥିଲା । ହେଲେ ଏହି ବହି ଉପରେ ଏକ ବାଳିକାର ଫଟୋ ଥିଲା । ଏହି ଫଟୋରେ ବାଳିକାଟି ଏକ ପାକିସ୍ତାନ ଜାତୀୟ ପତାକା ଆଙ୍କୁଥିବା ଦେଖିବାକୁ ମିଳିଛି । ଏହାପରେ ବିରୋଧ ଆରମ୍ଭ ହୋଇଥିଲା । ଜମୁଇର ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।
ପାକିସ୍ତାନରେ ବାଳିକାମାନଙ୍କର ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପାକିସ୍ତାନରେ ଏହି ଫଟୋକୁ ବିଭିନ୍ନ ବିଜ୍ଞାପନରେ ବ୍ୟବହାର କରାଯାଉଛି । ପାଟଣାର ସୁପ୍ରଭା ଏଣ୍ଟର ପ୍ରାଇସ୍ ନାମକ ସଂସ୍ଥା ବେଟି ବଚାଓ ଓ ବେଟି ପଢାଓ ବିଜ୍ଞାପନରେ ଏହି ଫଟୋକୁ ଛାପି ବାଣ୍ଟିଥିବା ଅଭିଯୋଗ ହୋଇଛି ।