www.samajalive.in
Friday, December 5, 2025
16.1 C
Bhubaneswar

କିଛି ନ ଜାଣି ଡିସିପି ମିଛ କହିଲେ କିପରି ?

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଏବଂ ମରଣାନ୍ତକ ଆକ୍ରମଣ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକଙ୍କୁ ସୁରକ୍ଷା ଦେବାକୁ ରହିଥିବା ପୁଲିସ କିପରି ନିଜେ ଭକ୍ଷକ ସାଜୁଛି ତାହାର ଜ୍ବଳନ୍ତ ଉଦାହରଣ ଏହି ଘଟଣାରୁ ଦେଖିବାକୁ ମିଳିଛି। କେବଳ ତଳିଆ ପୁଲିସ କର୍ମଚାରୀ ନୁହନ୍ତି, ଆଇପିଏସ ସ୍ତରର ଅଧିକାରୀଙ୍କ ଭୂମିକା ବି ସନ୍ଦେହଘେରରେ ରହୁଛି। ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୧୫ ତାରିଖ ରାତିରେ ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୁଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୁଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା। ଖୋଦ ଡିସିପି ପ୍ରତୀକ ସିଂହ ଏକ ଜାତୀୟ ଗଣମାଧ୍ୟମ ଏନଆଇଏକୁ ମନ୍ତବ୍ୟ ଦେଇ କହିଥିଲେ, ‘ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି। ଜଣେ ମହିଳା ଅଫିସରଙ୍କୁ ସେ ଚାପୁଡ଼ା ମାରିଲେ, ଅନ୍ୟ ଜଣକୁ କାମୁଡ଼ିଲେ। ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ। ଡ୍ୟୁଟିରେ ଥିବା ବେଳେ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।’

- Advertisement -

କିନ୍ତୁ ପୀଡ଼ିତା କହିଛନ୍ତି ଯେ, ତାଙ୍କୁ ଥାନାରେ ଏକାଧିକ ପୁଲିସ ପିଟିଥିଲେ। ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ। ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଅନ୍ୟପଟେ ଏହି ଘଟଣାରେ ୨ଟି ପୃଥକ ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି। ଗୋଟିଏ ଭିଡିଓ ପୁଲିସ କର୍ମଚାରୀ କରିଥିବାବେଳେ ଅନ୍ୟଟି ନିଜେ ପୀଡ଼ିତା କରିଛନ୍ତି। ପୀଡ଼ିତାଙ୍କ ଭିଡିଓରେ ଥାନାରେ ରାତି ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ଥାନାରେ ମହିଳା ପୁଲିସ କର୍ମଚାରୀ କେଉଁ ଅବସ୍ଥାରେ ରହିଥିଲେ ଏବଂ ସେଠାକାର ପରିବେଶ କିପରି ଥିଲେ ତାହାକୁ ସେ କହିଛନ୍ତି। ପୁଲିସ ଭିଡିଓରେ ପୀଡ଼ିତା ସେଭଳି କିଛି ଭୁଲ କରିଥିବା ଦେଖିବାକୁ ମିଳିନାହିଁ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଡିସିପି ଘଟଣା ବିଷୟରେ କିଛି ନ ଜାଣି କିପରି ମିଛ କହିଲେ ? ଯଦି ସେ ଘଟଣା ବିଷୟରେ ଅବଗତ ହେଲେ ତା’ହେଲେ ତାହାର ପ୍ରକୃତ ଅନୁସନ୍ଧାନ ନ କରି ଗଣମାଧ୍ୟମକୁ କାହିଁ ଭୁଲ ତଥ୍ୟ ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଦେବା ଲାଗି ଡିସିପି ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଛି।

ସେପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଏଯାଏ କୌଣସି ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କୁ ଗିରଫ କରାଯାଇ ନାହିଁ। ପୁଲିସ କର୍ମଚାରୀମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ କାହିଁକି ବିଳମ୍ବିତ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଘଟଣା ସମ୍ପର୍କରେ ଭୁବନେଶ୍ଵର ଡିସିପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories