www.samajalive.in
Sunday, December 7, 2025
14.1 C
Bhubaneswar

ରବିବାର ରାଶିଫଳ

ମେଷ: ବନ୍ଧୁମାନଙ୍କର ସହଯୋଗ ପାଇବେ। କାର୍ଯ୍ୟ ବିଳମ୍ବିତ ହେଲେ ବି ଦେହ ସୁସ୍ଥ ରହିବ। ଅଭାବର ସମ୍ମୁଖୀନ ହେବେ। ଧନାଗମର ସୂଚନା ମିଳୁଛି। ବ୍ୟବସାୟରେ ପଛେଇ ଯାଇପାରନ୍ତି। ଭାଗ୍ୟ ବଦଳିବ। ବିଦ୍ୟାର୍ଥୀଙ୍କର ଶୁଭଫଳ।

ବୃଷ: ଆଳସ୍ୟ ଅନୁଭବ କଲେ ବି ରୋଜଗାର ଆଶାନୁରୂପ ହେବ। କାର୍ଯ୍ୟରେ ଆଗକୁ ବଢ଼ିବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଦେହ ଓ ମନ ଭଲ ରହିବ। ମିଷ୍ଟାନ୍ନ ଭୋଜନ ମିଳିପାରେ। ଚାକିରିରେ ସମ୍ମାନିତ ହେବେ। ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ।

- Advertisement -

ମିଥୁନ: ସୁସ୍ଥ ରହିବେ। ରୋଜଗାର ମଧ୍ୟମ ଧରଣର ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମାନସିକ ଅଶାନ୍ତି ଭୋଗି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରଳ ଚାତୁର୍ଯ୍ୟପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ। ବିଦ୍ୟାର୍ଥୀ ଯତ୍ନବାନ ହେବେ।

କର୍କଟ: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆୟ ଯଥେଷ୍ଟ ପରିମାଣର ହେବ। ଯଶସ୍ବୀ ହେବେ। ପ୍ରୀତି ଭୋଜନ ମିଳିପାରେ। ସରକାରୀ କୃପା ଲାଭ କରିପାରନ୍ତି। ଉତ୍ତମ ମିତ୍ର ଓ ପୁତ୍ର ଲାଭର ସୂଚନା ମିଳୁଛି। ବାକ୍ୟ ବିଶାରଦ ହେବ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ମନ ଚଞ୍ଚଳ ରହିବ। ବ୍ୟବସାୟ ଲାଭଜନକ ହେବ। କୀର୍ତ୍ତିମାନ୍‌ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ଅଧିକାର ସାବ୍ୟସ୍ତ କରିବାରେ ସାହାଯ୍ୟ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ଉଚ୍ଚଆଶା ଫଳବତୀ ହେବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।

ତୁଳା: ଦେବ ଦର୍ଶନ କରି ସୁଖୀ ହେବେ। ସହଯୋଗ ମିଳିବ। କଷ୍ଟସାଧ୍ୟ ହେବ। କାର୍ଯ୍ୟରେ ଆଗେଇବେ। ମନବଳ ବଢ଼ି ଚାଲିବ। ସାମାନ୍ୟ ସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ଯୋଗ ଅଛି। ବିଦ୍ୟାର୍ଥୀଙ୍କୁ ଯତ୍ନବାନ ହେବାକୁ ପଡ଼ିବ।

ବିଛା: ଅଧିକ ଦାୟିତ୍ବ ବହନ କରିପାରନ୍ତି। ପରିଶ୍ରମ ଅତ୍ୟଧିକ ହେଲେ ବି ସୁଫଳ ମିଳିବ। ଚିନ୍ତା ଦୂର ହେବ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଆୟ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିପାରନ୍ତି। ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ।

ଧନୁ: ଧନବାନ୍‌ ହେବେ। ଶତ୍ରୁ ଆପଣାଛାଏଁ ଅପସରି ଯାଇପାରନ୍ତି। ସମ୍ମାନିତ ହୋଇପାରନ୍ତି। ଲୋକଙ୍କ ଶ୍ରଦ୍ଧା ଭାଜନ ହେବେ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଭ୍ରମଣ ଯୋଗ ଅଛି। ଦେହ ଓ ମନ ଭଲ ରହିବ। ରୋଜଗାର ମଧ୍ୟମ ଧରଣର ହେବ।

ମକର: ପରିସ୍ଥିତି ଲାଭଜନକ ହୋଇପାରେ। ନିରବ ଚିନ୍ତନ, ଭବିଷ୍ୟତ ପାଇଁ ଅନୁକୂଳ ହେବ। ଚେଷ୍ଟା ଫଳବତୀ ହୋଇପାରେ। ବ୍ୟବସାୟରେ ଧାର, ଉଧାର ବଢ଼ି ଯାଇପାରେ। ମନୋବଳ ଦୃଢ଼ ରହିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିଦ୍ୟାର୍ଥୀଙ୍କୁ ଯତ୍ନବାନ ହେବାକୁ ପଡ଼ିବ।

କୁମ୍ଭ: ପାରିବାରିକ ଜୀବନ ଆନନ୍ଦମୟ ହେବ। କାର୍ଯ୍ୟ ଦ୍ରୁତତର ହେବା ପାଇଁ ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ମିଳିପାରେ। ସୁସ୍ଥ ରହିବେ। ଆୟ ମଧ୍ୟମ ଧରଣର ହେବ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ।

ମୀନ: ବିଳମ୍ବିତ ହେଲେ ବି କାର୍ଯ୍ୟରେ ସଫଳତା ଲାଭ କରିବେ। ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆଗକୁ ବଢ଼ିବେ। ସୁସ୍ଥ ଓ ନିରାମୟ ରହିବେ। ମନୋବଳ ଦୃଢ଼ ରହିବ। ଆୟର ମାତ୍ରା ସାମାନ୍ୟ ବୃଦ୍ଧି ହେବ। ଧୈର୍ଯ୍ୟବାନ୍‌ ହେବେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories