ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ଗ୍ରାମରେ ଗୋଟିଏ ପରିବାରର ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ସୁନାରୀ ପଡାର ବିଭିନ୍ନ ଅଂଶକୁ କଣ୍ଟାନ୍ମେଣ୍ଟ୍ ଜୋନ୍ ଏବଂ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି। ରମେଶଚନ୍ଦ୍ର ବେହେରାଙ୍କ ଘର ଠାରୁ ବାବୁଲି ବେହେରାଙ୍କ ଘର। ଉଦ୍ଧାବ ପୃଷ୍ଟିଙ୍କ ଘର ଠାରୁ ଦୀପକ ପୃଷ୍ଟିଙ୍କ ଘର ଏବଂ ପ୍ରଦୀପ ବେହେରାଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇଛି। ଏହା ବ୍ୟତୀତ ସନ୍ଦେଶ ପୃଷ୍ଟିଙ୍କ ଘର ଠାରୁ ଗୁଜୁରୁ ପୃଷ୍ଟିଙ୍କ ଘର ପର୍ଯ୍ୟନ୍ତ ବଫର୍ ଜୋନ୍ ଘୋଷଣା କରାଯାଇଛି। ଚିକିତ୍ସା ଜନିତ ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ଉପରୋକ୍ତ ଅଞ୍ଚଳର ଲୋକଙ୍କୁ ବାହାରକୁ ବାହାରିବା ପାଇଁ ନିଷେଧ କରାଯାଇଥିବା ବେଳେ ବାହାର ଲୋକଙ୍କୁ ମଧ୍ୟ ସଂପୃକ୍ତ ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି।

ଏହି ଅଞ୍ଚଳରେ ଲାଗୁ କରାଯାଇଥିବା କଟକଣା କିପରି ଠିକ ଭାବରେ କାର୍ଯ୍ୟକାରୀ ହେବ ସେ ଦିଗରେ କତରବଗା ପୁଲିସ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଜୋନ୍ ରେ ଥିବା ସମସ୍ତ ଦୋକାନ ବଜାର ଏବଂ ଯାନବାହାନ ଚଳାଚଳ ବନ୍ଦ ରହିବା ସହିତ ବସବାସ କରୁଥିବା ଅଧିବାସୀ ମାନଙ୍କୁ ଘରୁ ବାହାରିବା ପାଇଁ ଜିଲ୍ଲାପାଳଙ୍କ ଆଦେଶ ରେ ମନା କରାଯାଇଛି। ଗୁରୁବାର ଲଇଡା ସରପଞ୍ଚ ଯୁଗଳ କିଶୋର ସାହୁ,ରାଜସ୍ୱ ବିଭାଗ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏହି ଅଞ୍ଚଳରେ ବ୍ୟାରିକେଡ୍ ଦେଇ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି।



