ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି, ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ଣ ଅବକାଶ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏଥର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗ୍ରୀଷ୍ଣ ଅବକାଶ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ହେବ। ମାତ୍ର ୧୫ଦିନ ଗ୍ରୀଷ୍ଣ ଅବକାଶ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

 

prayash

ଆଜି ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ରାଜ୍ୟ ସରକାର। ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ରାଜ୍ୟ ସବୁ ବିଶ୍ବବିଦ୍ୟାଳୟ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କୋଭିଡ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟିକୁ କମାଇ ଦିଆଯାଇଛି। ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ ପାଠପଢ଼ା ହେବ। ସେହିପରି ପାଠପଢ଼ା ସମୟ ନିର୍ଘଣ୍ଟ ବ୍ୟତୀତ ପାଠ୍ୟକ୍ରମ ଶୀଘ୍ର ଶେଷ କରିବାକୁ ଅନ୍ୟ ସମୟରେ ଅତିରିକ୍ତ କ୍ଲାସ କରିବାକୁ ଉଚ୍ଚଶିକ୍ଷା ପ୍ରମୁଖ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

kalyan agarbati

Comments are closed.