ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସୁଇଟ୍ ମହାବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସରକାରଙ୍କ ଦ୍ୱାରା ଲାଗୁହୋଇଥିବା କୋଭିଡ ନିୟମାବଳିକୁ ଅବଲମ୍ବନ କରି ମହାବିଦ୍ୟାଳୟ ପରିସରରେ ଥିବା ପ୍ରେକ୍ଷାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମା ସମଲେଶ୍ୱରୀଙ୍କ ବିଗ୍ରହରେ ମାଲ୍ୟାର୍ପଣ ପ୍ରଦାନ କରାଯାଇ ଦ୍ୱୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସୁଇଟ୍ ନିର୍ଦ୍ଦେଶକ ପ୍ରଫେସର ବି.କେ. ମହାନ୍ତି ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସୁଇଟର ଉନ୍ନତି କାମନା କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ସୁଇଟକୁ ଅଗ୍ରଗାମୀ କରିବା ପାଇଁ ପ୍ରତିଶୃତି ବୋଧକ ଅଭିଭାଷଣ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଉନ୍ନତିର କାମନା କରିଥିଲେ। ଏହାପରେ ଏମସିଏଲର ନିର୍ଦ୍ଦେଶକ କେଶବ ରାଓ ନିଜର ଅଭିଭାଷଣ ମାଧ୍ୟମରେ କିପରି ଯୁବପିଢିଙ୍କୁ ନିଯୁକ୍ତି କ୍ଷେତ୍ରରେ ସଠିକ୍ ଦିଗ୍ଦର୍ଶନ ମିଳିପାରିବ ସେ ଦିଗରେ ଆଲୋଚନା କରିଥିଲେ। ଛାତ୍ରମାନଙ୍କୁ ସେମାନଙ୍କର ଏକାଡେମିକ୍ ପ୍ରଦର୍ଶନ ଲାଗି କୁଳପତି ଏବଂ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୧୭-୨୧ ବର୍ଷର ବିଟେକ୍ ଛାତ୍ର ସ୍ପନ୍ଦନ ପଟ୍ଟନାୟକଙ୍କୁ ସବୁ ଛାତ୍ରଛାତ୍ରୀଙ୍କ ଠାରୁ ସର୍ବୋଚ୍ଚ ନମ୍ବର ରଖିଥିବାରୁ ତାଙ୍କୁ କୁଳପତି ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହାବ୍ୟତିତ ୨୦୧୭-୨୧ ବ୍ୟାଚ୍ ର ବିଟେକ ଛାତ୍ରୀ ନିକିତା ଜିତ୍, ଅର୍ପିତା ମହାନ୍ତି, ଅଶିଷ ପ୍ରଧାନ, ୨୦୨୯-୨୧ ବ୍ୟାଚର ଏମସିଏ ଛାତ୍ରୀ ଉତପନ୍ନା ପ୍ରଧାନ ଏବଂ ଏମଏସସିର ମାନିଷ କୁମାର ମେହେରଙ୍କୁ ନିଜ ନିଜର ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ସେମାନଙ୍କୁ ନିର୍ଦ୍ଦେଶକ ସମ୍ମାନ ଏମସିଏଲ ନିର୍ଦ୍ଦେଶକ କେଶବ ରାଓଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହାପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସୁଇଟ୍ ମହାବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏବଂ ଅତିଥି ଭାବେ ଏମ୍ସିଏଲର ନିର୍ଦ୍ଦେଶକ କେଶବ ରାଓ ଯୋଗଦେଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ନୃପରାଜ ସାହୁ, ବିଶ୍ୱବିଦ୍ୟାଳୟର ବିତ୍ତୟ ନିୟନ୍ତ୍ରକ ଅଶୋକ କୁମାର ବେହେରା, ଡିନ ଡ.ପ୍ରଭାତ କୁମାର ସାହୁ, ଡିନ୍ ଡ. ପ୍ରଶାନ୍ତ କୁମାର ରଏ , ଡିନ ଡ. ନଳିନୀ କାନ୍ତ ବଡପଣ୍ଡା, ବୁର୍ଲା ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ରଶ୍ମିତା ମିଶ୍ରଙ୍କ ସମେତ ଅନୁଷ୍ଟାନର ସମସ୍ତ କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।



