www.samajalive.in
Tuesday, December 9, 2025
15.1 C
Bhubaneswar

ଚିନି ଉତ୍ପାଦନ ଲକ୍ଷ୍ୟ ୩୨୨ ଲକ୍ଷ ଟନ, ୨୫୦ ଲକ୍ଷ ଟନ ଛୁଇଁବ ଘରୋଇ ଚାହିଦା

ନୂଆଦିଲ୍ଲୀ: ଅକ୍ଟୋବର ୨୦୧୭ ରୁ ସେପ୍ଟେମ୍ବର ୨୦୧୮ ମଧ୍ୟରେ ମୋଟ ୩୨୨ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନ କରିଯିବ ବୋଲି  ଆକଳନ କରାଯାଇଛି। ପୂର୍ବ ବର୍ଷ ୨୦୨.୨୭ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦିତ ହୋଇଥିଲା। ଏଥର ୨୫୦ ଲକ୍ଷ ମେଟ୍ରିକ ଟନ ଚିନିର ଘରୋଇ ଚାହିଦା ରହିଥିବା ବେଳେ ଚିନିକଳ ଏବଂ ଆଖୁ ଚାଷୀମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ରାଷ୍ଟ୍ର ମନ୍ତ୍ରୀ ସି.ଆର. ଚୌଧୁରୀ ସୂଚନା ଦେଇଛନ୍ତି। ଚିନିକଳ ଏବଂ ଆଖୁ ଚାଷୀମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ନିକଟରେ ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ଘୋଷଣା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତି କ୍ୟୁଣ୍ଟାଲ୍‌ ଆଖୁ ପେଡା ପାଇଁ ଚିନିକଳଗୁଡିକୁ ୫ ଟଙ୍କା ୫୦ ପଇସାର ଆର୍ଥିକ ସହାୟତା ମିଳିବ। ଇତିମଧ୍ୟରେ କେନ୍ଦ୍ର ସରକାର ୩୦ ଲକ୍ଷ ମେଟ୍ରିକ ଟନ ଚିନି ବଫର ଷ୍ଟକ ରଖିଛନ୍ତି, ଯାହାର କି ପରିବହନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଖାପାଖି ୧୧୭୫ କୋଟି ଟଙ୍କା ।

ନୂଆ ଡିଷ୍ଟିଲେରି ଏବଂ ବଏଲର ପ୍ରତିଷ୍ଠା ପାଇଁ ୪,୪୪୦ କୋଟି ଟଙ୍କା ଚିନି କଳଗୁଡିକୁ କୋହଳ ଋଣ ଆକାରରେ ଯୋଗାଇ ଦିଆଯିବ ବୋଲି କେନଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ଘରୋଇ ବଜାରରେ ବିକ୍ରି ଲାଗି ଚିନିର ସର୍ବନିମ୍ନ କାରଖାନା ଫାଟକ ମୂଲ୍ୟ କିଲୋଗ୍ରାମ ପିଛା ୨୯ ଟଙ୍କା ରଖାଯାଇଛି। ଏହାଠାରୁ କମ ଦରରେ କୌଣସି ଚିନିକଳ ଚିନି ବିକ୍ରି କରିପାରିବେ ନାହିଁ। କେନ୍ଦ୍ର ସରକାର ଆଖୁ ଚାଷକୁ ପ୍ରୋତ୍ସାହନ ମାଧ୍ୟମରେ ଇଥାନଲ ଉତ୍ପାଦନକୁ ଅଗ୍ରପ୍ରାଧାନ୍ୟ ଦେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଲୋକସଭାରେ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories