ରାହୁଲଙ୍କୁ ବିଜେପିର ପୂର୍ବତନ ପରାମର୍ଶଦାତାଙ୍କ ପ୍ରଶଂସା

0

ମୁମ୍ବଇ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିଜେପିର ପୂର୍ବତନ ପ୍ରମୁଖ ପରାମର୍ଶଦାତା ସୁଧୀନ୍ଦ୍ର କୁଲକର୍ଣ୍ଣି ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। କାଶ୍ମୀର ସମସ୍ୟା ଭଳି ବଡ଼ ଧରଣର ସମସ୍ୟାର ସମାଧାନ କରିବାରେ ରାହୁଲ ସକ୍ଷମ ବୋଲି ବର୍ଷୀୟାନ ବିଜେପି ନେତା ଏଲ୍‍. କେ. ଆଡଭାନୀଙ୍କ ଘନିଷ୍ଠ ସହଯୋଗୀ କୁଲକର୍ଣ୍ଣି କହିଛନ୍ତି। ଏଥିସହ ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବେ ରାହୁଲଙ୍କୁ ସେ ନିଜର ସମର୍ଥନ ଜଣାଇଛନ୍ତି। ମୁମ୍ବଇଠାରେ ଏକ ଆଲୋଚନା ବେଳେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ଭାରତ-ପାକିସ୍ତାନ ବିବାଦ ସମାଧାନ କରିବାରେ ବିଫଳ ହୋଇଛି। ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ ସୁଧାରିବା ଦ୍ୱାରା ହିଁ ଭାରତ ଏକ ଶ୍ରେଷ୍ଠ ରାଷ୍ଟ୍ର ହୋଇପାରିବ। ଏଥିଲାଗି ଆଲୋଚନା ହିଁ ସର୍ବୋତ୍ତମ ପନ୍ଥା। ପାକିସ୍ତାନ ସହିତ ସମ୍ପର୍କ ସୁଧାରିବା ନିମନ୍ତେ କିଭଳି ଉପାୟ ଅବଲମ୍ବନ କରାଯିବା ଦରକାର ତାହା ପ୍ରଥମେ ହୃଦବୋଧ କରିବା ଉଚିତ। ଏଣୁ ଭବିଷ୍ୟତରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କୁଲକର୍ଣ୍ଣି କହିଛନ୍ତି।

Leave A Reply