www.samajalive.in
Tuesday, December 9, 2025
26.1 C
Bhubaneswar

ଭାର୍ଗବୀ ଭୃଗୁଘାଟରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ସୁଆଣ୍ଡୋ : ପୁରୀଜିଲା ଭାର୍ଗବୀନଦୀର ବଳପୁର – ସୁଆଣ୍ଡୋ ସ୍ଥିତ ଭୃଗୁଘାଟରେ ବାରୁଣୀ ସ୍ନାନ ପରିପ୍ରେକ୍ଷୀରେ ବୁଧବାର ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳି, ମଶାଲ ବାଜାବାଜି ବାଣ ଫୁଟାଇ ବରାଳ ବାଲୁଙ୍କେଶର ବଳପୁର ବାଲୁଙ୍କେଶର ଓ ଅପରପାର୍ଶ୍ୱରେ ସୁଆଣ୍ଡୋ ଲୋକେଶ୍ୱର ଓ ବିଦ୍ୟାଧରପୁର କୁଣ୍ଡଳେଶ୍ୱର ମହାଦେବ ସଲଟନରେ ତୀର୍ଥମଣ୍ଡପରେ ପହଞ୍ଚିଥିଲେ। ଏକସଙ୍ଗେ ଚତୁଃଶମ୍ଭୁଙ୍କ ସ୍ନାନ ପୂଜା ଆଳତୀ କରାଯାଇଥିଲା। ବାରୁଣୀ ସ୍ନାନରେ ଚତୁଃଶମ୍ଭୁଙ୍କୁ ଗୋଟିଏ ସ୍ଥାନରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ବର୍ଷେ କାଳ ଅପେକ୍ଷାରେ ରହିଥାନ୍ତି।ଶ୍ରଦ୍ଧାଳୁ ହରିବୋଲ, ହୁଳହୁଳି, ଶିବସ୍ତୋତ୍ର, ରୁଦ୍ରାଷ୍ଟକ ଆଦି ମନ୍ତ୍ର ଉଚ୍ଚାରଣ ଦୃଷ୍ଟିରୁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନେ ପୁରୀଜିଲାର ପ୍ରସିଦ୍ଧ ଚୁଡାଘଷା, ଖଇକୋରା, ପାଚିଲା କଦଳୀ ଆଦି ଠାକୁରଙ୍କୁ ଅର୍ପଣ କରି ପ୍ରସାଦ ସେବନ କରିଥାନ୍ତି । ମେଳା ପଡିଆରେ ଏକ ଅସ୍ଥାୟୀ ବଜାର ଖୋଲିଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ସତ୍ୟବାଦୀ ଥାନା ଆଇଆଇସି ସଦଳବଳେ ଉପସ୍ଥିତ ରହିଥିଲେ। ଅଘଟଣର ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ମଟର ଲଞ୍ଚ ରଖି ପହରା ଦେଇଥିଲେ। ରାତି ଆଠଟାରେ ଠାକୁର ମେଳା ପଡିଆରୁ ମେଲାଣି ନିଆଯାଇଥିଲା ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories