www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ-ବୁଲାକୁକୁର କାମୁଡାରେ ୧୨ ବର୍ଷର ବାଳକ ଲହୁଲୁହାଣ

ଥିରୁଭାନନ୍ତପୁରମ – ଏବେ ଦିନକୁ ଦିନ ବୁଲା କୁକୁରଙ୍କ ସହ ପୋଷା କୁକୁରଙ୍କ ଦୌରାତ୍ମ ବୃଦ୍ଧି ପାଇବାକୁ ଲାଗୁଛି । ଗତ କିଛି ଦିନ ହେବ କୁକୁର ଆକ୍ରମଣରେ କାହାର ମୃତ୍ୟୁ ହେଲାଣି ତ କେହି ଗୁରୁତର ହେଉଛନ୍ତି । କେରଳରୁ ଏପରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ବିଚଳିତ କରୁଛି । ଏଥିରେ ଏକ ବୁଲା କୁକୁର ସାଇକେଲ୍‌ ଚଲାଉଥିବା ୧୨ ବର୍ଷର ବାଳକକୁ କାମୁଡି ଲହୁଲୁହାଣ କରୁଥିବା ଦେଖିବା ପାଇଁ ମିଳୁଛି ।

- Advertisement -

କେରଳର କୋଝିକୋଡ ଜିଲ୍ଲାର ଏହି ଘଟଣା ବୋଲି ଜଣାପଡିଛି । ପିଲାଟି ସାଇକେଲ୍‌ ଚାଲାଉଥିବା ବେଳେ ଏକ ଗଳିରୁ କୁକୁରଟି ଦୌଡି ଆସିବା ସହ ପିଲାଟିକୁ ଆକ୍ରମଣ କରୁଛି । କୁକୁରଟି ପିଲାକୁ ଆକ୍ରମଣ କରି ତାହାର ହାତକୁ କାମୁଡି ଦେଇଥିବା ଦେଖିବା ପାଇଁ ମିଳିଛି । ପିଲାଟି ହାତକୁ ଛଡାଇ ନିକଟରେ ଥିବା ଏକ ଘରେ ପଶିଯାଉଥିବା ଦେଖିବା ପାଇଁ ମିଳୁଛି ।

ଏହା ପରେ କିଛି ଲୋକ ସେହି ପିଲାଟିକୁ ଉଦ୍ଧାର କରିବା ପାଇ ଆସି ପିଲାଟି କୁକୁର କାମୁଡାରେ ଗୁରୁତର ହୋଇଥିବା ଦେଖିବା ପାଇଁ ପାଇଥିଲେ । କେରଳ ସରକାର ଏବେ ରୋଗଗ୍ରସ୍ତ ଏବଂ ହିଂସ୍ର କୁକୁରମାନଙ୍କୁ ମାରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି । ମାସ ମଧ୍ୟରେ ସମସ୍ତ ବୁଲାକୁକୁରଙ୍କୁ ଧରି ଅନ୍ୟସ୍ଥାନରେ ଛଡାଯିବ ବୋଲି ଜଣାପଡିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories