www.samajalive.in
Monday, December 15, 2025
14.1 C
Bhubaneswar

ସାବତ ମାଆ ଆକ୍ରମଣରେ ପୁଅ ଝିଅ ଗୁରୁତର 

ଆଠଗଡ : ଆଠଗଡରେ ସାବତ ମା’ ର ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇ ପୁଅ ଓ ଝିଅ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଅ, ଝିଅଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ମାଆକୁ ଆଠଗଡ ଥାନାରେ ଅଟକ ରଖିଛି । ପ୍ରକାଶ ଯୋଗ୍ୟ, ବାଙ୍କୀ ଥାନା ଅଧିନ ପାଥପୁର ଅଞ୍ଚଳର ଶଙ୍କର୍ଷଣ ନନ୍ଦଙ୍କ ପୁଅ  ସୁନିଲ କୁମାର ନନ୍ଦ ଆଜକୁ ପ୍ରାୟ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦଙ୍କ ଝିଅ ସୁହାସିନୀଙ୍କୁ  ବିବାହ କରିଥିଲେ । ତାଙ୍କର ପ୍ରଥମ ସ୍ତ୍ରୀ ପଟରୁ ପୁଅ ଓ ଝିଅ ରହିଛି । କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ସୁନିଲ ଦ୍ୱିତୀୟ ବିବାହ କରିଥିଲେ । ୪ ବର୍ଷ ପୂର୍ବରୁ ଯାଜପୁରର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତାଙ୍କୁ ଦ୍ୱିତୀୟ  ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀ ପଟୁ ତାଙ୍କର ୨ ବର୍ଷର ଗୋଟିଏ ଝିଅ ଅଛି । ଦ୍ୱିତୀୟ ପତ୍ନୀ ଏବଂ ପୁଅ, ଝିଅଙ୍କୁ ଧରି ସୁନିଲ ଆଠଗଡ ଷୋଳଘରିଆ ନିକଟରେ କିଛି ଦିନ ହେବ ଭଡା ଘର ନେଇ ରହୁଛନ୍ତି । ସୁନିଲ ଗାଡି ଚାଳକ ଭାବେ କାମ  କରନ୍ତି। ସୋମବାର ସେ ବୋଲେରୋ ଗାଡ଼ିର ମରାମତି ପାଇଁ ଯାଇଥିବାବେଳେ ସୁନିଲଙ୍କ ଦ୍ୱିତୀୟ ପତ୍ନୀ ତାଙ୍କ ସାବତ ପୁଅ, ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। ବେଲଣା କାଠି, ଲୁହା ଖଡିକା, ଶଣ୍ଢୁଆଶି ଦ୍ବାରା ପୁଅ ସୌରଭ ନନ୍ଦ(୧୩) , ଝିଅ ସୌମ୍ୟାଶ୍ରୀ ନନ୍ଦ (୧୦)ଙ୍କୁ ଆକ୍ରମଣ କରିଥିଲେ। ସେମାନେ ଆକ୍ରମଣରେ ଗୁରୁତର ହୋଇ ପଡିଥିବା ବେଳେ ସାହିପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଖବର ପାଇ ଆଠଗଡ ପୁଲିସ ସାବତ ମାଆକୁ ଥାନାରେ ଅଟକ ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories