www.samajalive.in
Sunday, December 14, 2025
17.1 C
Bhubaneswar

ମାଟିତଳୁ ବାହାରିଲା ପୁରାତନ ଶିବଲିଙ୍ଗ

ଫୁଲବାଣୀ : ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ ଓ ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ ଓ ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ। ଗାଁରେ ଥିବା ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଗ୍ରାମବାସୀ ମାଟି ଖୋଲି ଏହି ଶିବଲିଙ୍ଗ ଟିକୁ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ ଏହି କ୍ରାଣ୍ଡିବାଲି ଗାଁରେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ତ୍ରିନାଥ ଠାକୁର ପୂଜା ପାଇଁ ଆସୁଛନ୍ତି ଓ ରବିବାର ଦିନ ତ୍ରିନାଥ ମନ୍ଦିରର ପୂଜକ ତ୍ରିନାଥ ଦଶମୁଲ ମିଶ୍ର ପୂଜା ସାରି ମନ୍ଦିର ଭିତରେ ସୋଇଥିଲେ ଓ ଶୋଇବା ସମୟରେ ପୂଜକଙ୍କୁ ସ୍ୱୟଂ ଭଗବାନ ଶିବ ସ୍ୱପ୍ନରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ମୂଳରେ ଆବିର୍ଭାବ ହେବା କଥା କହିବା ସହ ମାଟିତଳୁ ତାଙ୍କୁ ବାହାର କରି ପୂଜାଅର୍ଚନା କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଗରୁ ମଧ୍ୟ ପୂଜକଙ୍କୁ ଏମିତି ସ୍ବପ୍ନାଦେଶ ମିଳିଥିବା ପୂଜକ ଜଣକ କହିଥିବା ବେଳେ ମନ୍ଦିର ପାର୍ଶ୍ୱରେ ରହୁଥିବା ଜମ୍ବେଶ୍ୱର ଡିଗାଲ ନାମକ ଜଣେ ବ୍ୟକ୍ତି ମଧ୍ୟ୍ୟ ଉକ୍ତ ଆମ୍ବ ଗଛରୁ ବାରମ୍ବାର ଏକ ଜ୍ୟୋତି ବାହାରି ଶୂନ୍ୟ ଆକାଶରେ ମିଳେଇ ଯାଉଥିବା ଦେଖିବାକୁ ପାଇଥିବା ସୂଚନା ମିଳିଛି ।

- Advertisement -

ତେବେ ସୋମବାର ସକାଳୁ ପୂଜକ ଜଣକ ଗ୍ରାମବାସୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଲା ପରେ ଆମ୍ବ ଗଛ ମୂଳରେ ଖୋଲିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ ମାଟି ଖୋଲିବା ପରେ ସତକୁ ସତ ମାଟିତଳୁ ଏକ ବଡ଼ ଶିବଲିଙ୍ଗ ବାହାରିଥିଲା। ଅନ୍ୟପଟେ କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ  ମାଟିତଳୁ ଏଭଳି ଶିବଲିଙ୍ଗ ବାହାରିବା ପରେ ଏହି ଶିବ ଲିଙ୍ଗ ଦର୍ଶନ କରିବା ପାଇଁ ଘଟଣା ସ୍ଥଳକୁ ଶତାଧିକ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସହ ଲୋଇସିଂ ସରପଞ୍ଚ ସୁଦର୍ଶନ କହଁର, ବୌଦ୍ଧ ଉପ ଜିଲ୍ଲାପାଳ ରବୀନ୍ଦ୍ର କହଁର, ବିଜେଡ଼ି ଯୁବ ନେତା ବିଷ୍ଣୁ ଚରଣ ମଲ୍ଲିକ, ଅଜିତ୍ ସାହୁ ଓ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ୍ୟ ପହଞ୍ଚି ଶିବଲିଙ୍ଗ ଦର୍ଶନ କରିଥିଲେ। ଆସନ୍ତା ବୁଧବାର ଦିନ ଏହି ଲିଙ୍ଗକୁ ପ୍ରତିଷ୍ଠା କରିବା ସହ ଅନୁଷ୍ଠାନିକ ଭାବରେ ପୂଜାର୍ଚ୍ଚନା କରାଯିବା ସହ ସେଠାରେ ଏକ ଶିବ ମନ୍ଦିରର ନିର୍ମାଣ ପାଇଁ ଉଦ୍ୟମ କରାଯିବ ବୋଲି ମନ୍ଦିର କମିଟିର ସଭାପତି ରବୀନ୍ଦ୍ର କହଁର, ସମ୍ପାଦକ ସୁଶାନ୍ତ ଦିଗାଲ, ଉପ ସଭାପତି ମାନସ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories