www.samajalive.in
Monday, December 15, 2025
16.1 C
Bhubaneswar

ମେଘା ଗ୍ରାମରେ ବୋମାମାଡ , ମହିଳା ଆହତ

ଆଠଗଡ :  ମେଘା ଗ୍ରାମରେ ସୋମବାର ବୋମାମାଡ ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।  ଏହି ବୋମାମାଡରେ ଗୟାଧର ପରିଡାଙ୍କ ପତ୍ନୀ ନିଆସି ପରିଡା (୫୫) ଗୁରୁତର ହୋଇ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯୋଗ୍ୟ ଗ୍ରାମରେ ବିଜୁ ଜନତା ଦଳର ପଦଯାତ୍ରା ସାରି ସ୍ବୟଂ ସହାୟକ ଗୋଷ୍ଠୀର ବୈଠକ ପାଇଁ ଯାଉଥିଲା ବେଳେ ଜିଜ ସାମଲ ନାମକ ଜନୈକ ବ୍ୟକ୍ତି ନିଆସିଙ୍କ ଉପରକୁ ବୋମା ମାଡ କରିବାରୁ ନିଆସି ଆହତ ହୋଇ ପଡିଥିଲେ। ଅନ୍ୟ ଏକ ବୋମା ତାଙ୍କ ଲୁଗାରେ ବାଜି ଅଫୁଟା ଅବସ୍ଥାରେ ରହିଥିଲା। ନିଆସିଙ୍କ ନାତି ରୋହନ ତାଙ୍କୁ ଘରକୁ ନେଇ ଆସିଥିଲେ।  ଘଟଣା ସମ୍ପର୍କରେ ନିଆସିଙ୍କ ପୁତ୍ର ଦେବରାଜ ପରିଡା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଫୁଟା ବୋମା ଦେଖାଇଛନ୍ତି । ପୁଲିସ ଘଟଣାକୁ ଗୁରୁତ୍ବ ଦେଇ ତଦନ୍ତ ଚଳାଇଛି ଏବଂ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସୂତ୍ରରୁ ପ୍ରକାଶ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories