www.samajalive.in
Monday, December 15, 2025
14.1 C
Bhubaneswar

ଇନ୍ଦୋରରୁ ପୁରୀ ସାଇକେଲ ଯାତ୍ରା, ସୁରେଶଙ୍କୁ ଚାରିଛକରେ ସ୍ୱାଗତ

ହରଭଙ୍ଗା : ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳର ସୁରେଶ ଚୌହାନ ନାମକ ଜଣେ ବ୍ୟକ୍ତି ବିଶ୍ବରେ ଯୁଦ୍ଧର ଭୟବହତା, କନ୍ୟା ସନ୍ତାନ ସୁରକ୍ଷା ଓ ପରିବେଶ ସୁରକ୍ଷା ଭଳି ବାର୍ତ୍ତା ନେଇ ସାଇକେଲରେ ଯାତ୍ରା କରି ଲୋକଙ୍କୁ ସଚେତନ କରାଉଛନ୍ତି। ଏହି ସଚେତନତା ବାର୍ତ୍ତା ନେଇ ସାଇକେଲ ଯୋଗେ ମଧ୍ୟପ୍ରଦେଶରୁ ଆସି ଓଡିଶାରେ ପହଞ୍ଚିଛନ୍ତି ସୁରେଶ। ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଯୁଦ୍ଧ ବନ୍ଦ ପ୍ରାର୍ଥନା କରିବା ଲାଗି ସେ ଓଡ଼ିଶା ଆସିଥିବା କହିଛନ୍ତି। ତେବେ ଦୀର୍ଘ ୨୦ ବର୍ଷ ହେଲା ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲରେ ରାଜ୍ୟରୁ ରାଜ୍ୟ ବୁଲି ବାର୍ତ୍ତା ପହଞ୍ଚାଉଛନ୍ତି। ଚଳିତ ବର୍ଷ ସୁରେଶ ଏକ ମହତ ଉଦ୍ଦେଶ୍ୟ ରଖି ଏହି ସାଇକେଲ ଯାତ୍ରାରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସୋମବାର ସେ ହରଭଙ୍ଗା ବ୍ଲକ ଚାରିଛକରେ ପହଞ୍ଚିଥିଲେ ।  ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ଚାରିଛକ ବଜାର କମିଟି ମେମ୍ବର ବିଜୟ ଷଡ଼ଙ୍ଗୀ, ଲଲାମ ବାରିକ, ଶଙ୍କର ରାଉଳ, ପ୍ରମୁଖ ତାଙ୍କୁ  ସ୍ୱାଗତ କରିବା ସହ ଖାଇବା ରହିବା ବ୍ୟବସ୍ଥା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories