www.samajalive.in
Tuesday, December 9, 2025
17.1 C
Bhubaneswar

ଇସ୍ପାତ ନିର୍ମାଣରେ ଆତ୍ମନିର୍ଭର ହେବାପାଇଁ ଶିଳ୍ପସଂସ୍ଥାକୁ କଞ୍ଚାମାଲର ଉପଲବ୍ଧତା ଗୁରୁତ୍ତ୍ୱପୂର୍ଣ : ନବୀନ ଜିନ୍ଦଲ

ଆଇସିସି ପକ୍ଷରୁ ଇ ସମ୍ମିଳନୀ

ଭୁବନେଶ୍ୱର: ଇସ୍ପାତ ନିର୍ମାଣରେ ଆତ୍ମନିର୍ଭର  ହେବା ପାଇଁ ପ୍ରମୁଖ କଞ୍ଚାମାଲର ନିରବଚ୍ଛିନ୍ନ ଉପଲବ୍ଧତା ଏବଂ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଦ୍ୱାରା  ଆୟୋଜିତ ଏକ ଇ-ସମ୍ମିଳନୀରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଅଧ୍ୟକ୍ଷ  ନବୀନ ଜିନ୍ଦଲ କହିଛନ୍ତି।
କଞ୍ଚାମାଲର ସହଜ ଉପଲବ୍ଧତା ଇସ୍ପାତ ପ୍ରକଳ୍ପର ପରିଚାଳନା ତଥା ସମ୍ପ୍ରସାରଣ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅଧିକ କୋଇଲା ଏବଂ ଲୁହାପଥର ବ୍ଲକ ନିଲାମ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ, ଏହା ଶିଳ୍ପସଂସ୍ଥା ଗୁଡିକର କ୍ଷମତା ବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧି ପାଇଁ  ସହାୟକ ହେବ  |
ଲୁହାପଥର ବ୍ଲକର ସଫଳତାର ସହ ନିଲାମ ପାଇଁ ଶ୍ରୀ ଜିନ୍ଦଲ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ, ଆହୁରି ଅଧିକ ଲୁହାପଥର ବ୍ଲକର ନିଲାମ ପାଇଁ ସେ ନିବେଦନ କରିଥିଲେ । ଝାରଖଣ୍ଡ ଛତିଶଗଡ ଭଳି ଅନ୍ୟ ରାଜ୍ୟ ଏଥିରୁ ପ୍ରେରଣା ପାଇବା ଉଚିତ ବୋଲି ସେ କହିଥିଲେ । ବାଣିଜ୍ୟିକ କୋଇଲା ଖନନ ପାଇଁ ସାହସିକ ପଦକ୍ଷେପ ନିମନ୍ତେ  ଶ୍ରୀ ଜିନ୍ଦଲ  ଭାରତ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ|ସେ କହିଥିଲେ ଯେ, ଆସନ୍ତା ୩୦ ବର୍ଷ ପାଇଁ ଲୁହାପଥର ଏବଂ କୋଇଲା ପରି କଞ୍ଚାମାଲର  ଆବଶ୍ୟକତା ରହିବ । ଏହା ପରେ ଏହି କଞ୍ଚାମାଲର ଅଧିକ ଚାହିଦା ରହିବ ନାହିଁ, କାରଣ ରିସାଇକ୍ଲିଂ ମାଧ୍ୟମରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇବ ଏବଂ ପରିବେଶ ପ୍ରଭାବ ଯୋଗୁଁ କୋଇଲାର  ଆବଶ୍ୟକତା ଧୀରେ ଧୀରେ ହ୍ରାସ ପାଇବ, ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।
ପେଟ୍ରୋକେମିକାଲ୍ କ୍ଷେତ୍ର ପାଇଁ କୋଇଲା ମଧ୍ୟ ଏକ ପ୍ରମୁଖ କଞ୍ଚାମାଲ ହୋଇପାରିବ | ଜେଏସପିଏଲ ପୂର୍ବରୁ ଏକ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିସାରିଛି ଯାହା ସ୍ୱଦେଶୀ ଅଧିକ ପାଉଁଶ ଥିବା କୋଇଲା ବ୍ୟବହାର କରି ସିନ୍ଥେସିସ୍ ଗ୍ୟାସ୍ ଉତ୍ପାଦନ କରୁଛି | କୋଇଲାରୁ ପେଟ୍ରୋଲିଅମ ଉତ୍ପାଦ ପ୍ରସ୍ତୁତି ନିମନ୍ତେ ଏହା ପ୍ରାଥମିକ ପର୍ଯ୍ୟାୟ  | ଏହା ମାଧ୍ୟମରେ କୋଇଲାରୁ ବିଭିନ୍ନ ପେଟ୍ରୋଲିଅମ ଉତ୍ପାଦ  ଉତ୍ପାଦନ କରାଯାଇ ପାରିବ ବୋଲି ସେ କହିଥିଲେ ।
ଏହି ଭର୍ଚୁଆଲ୍ ସମ୍ମିଳନୀକୁ ସମ୍ବୋଧିତ କରି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ (ଭାରତ ସରକାର) ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଶିଳ୍ପସଂସ୍ଥାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମିନିମମ ଗଭର୍ନମେଣ୍ଟ – ମାକ୍ସିମମ ଗଭାରନାନ୍ସ’ ମନ୍ତ୍ରରେ ଶିଳ୍ପର ଉନ୍ନତି ତଥା ଏହାର ପ୍ରଗତି ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ଭାରତ ସରକାରଙ୍କ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ଓଡିଶା ହେଉଛି ଏକ ପ୍ରାୟୋରିଟି ରାଜ୍ୟ ।
ଓଡିଶା ସରକାରଙ୍କ  ଗୃହ, ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ  ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ବିଗତ ୨୦ ବର୍ଷ ମଧ୍ୟରେ ଓଡିଶା ପୁଞ୍ଜି ବିନିଯୋଗ ତଥା ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ସ୍ଥିର ପରିବେଶ ଏବଂ ସ୍ଥିର ପଲିସୀ ଯୋଗାଇ ଦେଇଛି। ସମସ୍ତ ବଡ ଇସ୍ପାତ ଶିଳ୍ପଗୁଡିକୁ ଏକାଠି ହୋଇ ଓଡିଶାରେ ଏକ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ  ହେମନ୍ତ ଶର୍ମା ବିଭିନ୍ନ କ୍ଷେତ୍ରରେ ବିଶେଷ କରି ଇସ୍ପାତ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡିଶାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ, ହଳଦିଆ ପେଟ୍ରୋକେମିକାଲ୍ସର ନିର୍ଦେଶକ ଶୁଭାଶେନ୍ଦୁ ଚାଟାର୍ଜୀ, ଆରଆଇଏନଏଲ – ବିଶାଖାପାଟନମ୍ ଇସ୍ପାତ କାରଖାନା ଅଧ୍ୟକ୍ଷ-କମ-ପରିଚାଳନା ନିର୍ଦ୍ଦେଶକ  ପ୍ରଦୋଷ କୁମାର ରଥଙ୍କ ସମେତ ୩୫୦ରୁ ଊର୍ଧ୍ଵ ବରିଷ୍ଠ ଅଧିକାରୀ ଓ ଶିଳ୍ପ ସଂସ୍ଥାର ପ୍ରମୁଖ ଯୋଗ ଦେଇଥିଲେ । 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories