ଷ୍ଟେଟ୍‌ମେଣ୍ଟ ନେକ୍‌ଲେସ୍‌

0

ଏମିତି ଅଳଙ୍କାର ଅଛି ଯାହା ସାଦାସିଧା ପୋଷାକକୁ ବି ଷ୍ଟାଇଲିଶ୍‌ କରିଦେଇପାରିବ। ଏବେ ଭିନ୍ନଭିନ୍ନ ନେକ୍‌ଲେସ୍‌ର ପ୍ରଚଳନ ବଢିଯାଇଛି। ବନ୍ଧୁମେଳରେ ବୁଲିବାକୁ ଯାଆନ୍ତୁ କି ଅଫିସ୍‌ ଯାଉଥିବା ସମୟରେ ନେକ୍‌ଲେସ୍‌ ଯେକୌଣସି ସାଧାରଣ ପୋଷାକରେ ସୁନ୍ଦରୀ ସଜାଇଦିଏ। ଏପରି କେତେକ ନେକ୍‌ଲେସ ସମ୍ପର୍କରେ-

ସାଧାରଣ ଧଳା ଟିସାର୍ଟକୁ ରଙ୍ଗିନ୍‌ ଷ୍ଟେଟ୍‌ମେଣ୍ଟ ନେକ୍‌ଲେସ ସୁନ୍ଦର କରିଦେଇପାରିବ। ସାଦା ଟପ୍‌ରେ ଯଦି ଓଜନିଆ ଏକାଧିକ ସ୍ତର ଥିବା ନେକ୍‌ଲେସ ପିନ୍ଧିବେ ଏହା ନୂଆ ରୂପ ଦେଇଥାଏ।

ଧଳା ଷ୍ଟୋନ୍‌ ଖଚିତ ନେକ୍‌ଲେସ୍‌ ଏବଂ କାନଫୁଲ ମଧ୍ୟ ଖୁବ୍‌ ଭଲ ମାନିବ। ଡେନିମ ସାର୍ଟକୁ ମଧ୍ୟ ଚଉଡା ନେକ୍‌ଲେସ ସୁନ୍ଦର ସଜାଇଦିଏ।

ସାଧା କଳା ଟପ୍‌ ସହିତ ଟ୍ରାଇବାଲ୍‌ ନେକ୍‌ଲେସ ପିନ୍ଧି ଦେଖନ୍ତୁ ତ, ସମ୍ପୂର୍ଣ୍ଣ ଅଲଗା ଦେଖାଯିବେ।

Leave A Reply