www.samajalive.in
Tuesday, December 9, 2025
19.1 C
Bhubaneswar

ତୃତୀୟ ରାଜ୍ୟ ଆମ୍ବ ମହୋତ୍ସବ ସହ ପ୍ରଦର୍ଶନୀ

ଭୁବନେଶ୍ବର: ନାବାର୍ଡ, ଓଡ଼ିଶା ଆଞ୍ଚଳିକ କାର୍ୟାଳୟ ପକ୍ଷରୁ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜସ୍ଥିତ ପରିସରରେ ୩ୟ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ସହ ପ୍ରଦର୍ଶନୀ -୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ଯୋଗଦେଇଥିବା ବେଳେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ କେ ମିଶ୍ର, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ  ଋଷି ସିଂହ, ବାଣିଜ୍ୟିକ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟଗଣ, ଓଡ଼ିଶା କୃଷି ଓବୈଷୟିକ ବିଶ୍ୱବିଦ୍ୟାଳୟ, ଚେସ ଓ ଓମ୍ଫେଡ୍ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ଉଦଘାଟନ କରିଥିଲେ। ଏହି ଅବସରରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ କେ ମିଶ୍ର ଆମ୍ରପଲ୍ଲୀ, ଦଶେରୀ, ଲେଙ୍ଗଡ଼ା, ମଲ୍ଲିକା, ଆଖୁରସ, ବାଇଗଣପଲ୍ଲୀ ଭଳି ବିଭିନ୍ନ ପ୍ରଜାତିର ଆମ୍ବ ପ୍ରଦର୍ଶିତ ଓ ବିକ୍ରି କରାଯିବ ବୋଲି କହିଥିଲେ।

- Advertisement -

ନାବାର୍ଡ ଏହାର ଆଦିବାସୀ ବିକାଶ କାର୍ୟ୍ୟକ୍ରମ ଜରିଆରେ ‘ୱାଡି’ ଅର୍ଥାତ୍ ଏକ କ୍ଷୁଦ୍ର ବଗିଚାକୁ ଏହାର ମୁଖ୍ୟ ଉପାଦାନ ଭାବେ ନେଇ ଓଡ଼ିଶାର ଆଦିବାସୀ କୃଷକମାନଙ୍କ ମଧ୍ୟରେ ନିରନ୍ତର ଆୟ ସୃଷ୍ଟିକାରୀ କାର୍ୟ୍ୟକଳାପର ବିକାଶ ପାଇଁ ଅନୁଦାନ ସହାୟତା ପ୍ରଦାନ କରୁଛି। ନାବାର୍ଡ ବର୍ତ୍ତମାନ ରାଜ୍ୟର ୨୫ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ଏଭଳି ୮୨ଟି ୱାଡି ପ୍ରକଳ୍ପ କାର୍ୟ୍ୟକାରୀ କରୁଛି।

ନାବାର୍ଡର ଉକ୍ତ କାର୍ୟ୍ୟକ୍ରମ ଅଧୀନରେ ଚାଷୀଙ୍କ ଦ୍ୱାରା ଅଣାଯାଇଥିବା ଆମ୍ରପାଲି, ବାଇଗନପଲ୍ଲୀ, ତୋତାପୁରୀ, ଲେଙ୍ଗଡା, ଦଶେରୀ, ସୁନ୍ଦରୀ, ସୁବର୍ଣ୍ଣରେଖା, ହିମସାଗର, ମଲ୍ଲିକା ଭଳି ତାଜା ଆମ୍ବର ଲୋକପ୍ରିୟ ପ୍ରଜାତିତଥା ସପୁରୀ, ପଣସ ଆଦି ଫଳ ମଧ୍ୟ ବିକ୍ରି ପାଇଁ ପ୍ରଦର୍ଶିତ ହେବ।

ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାର, ଉଦ୍ୟାନ କୃଷି ନିର୍ଦେଶାଳୟ, ଓୟୁଏଟିର ସକ୍ରିୟ ସହଯୋଗ ରହିବ ଏବଂ କ୍ରେତା-ବିକ୍ରେତା ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯିବ। ହୋଲସେଲରମାନଙ୍କୁ କୃଷକ ଗୋଷ୍ଠୀ ସହିତ ଆଲୋଚନା କରିବା ଏବଂ ଗ୍ରାମୀଣ ଓଡ଼ିଶାରେ ଉଦ୍ୟାନ କୃଷି ଭିତ୍ତିକ ଚାଷ ପ୍ରଣାଳୀରେ ଷ୍ଟାର୍ଟଅପ୍ ର ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରାଯାଇଛି।

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories