ଆଇପିଏଲ୍-୨୦୧୮ : ହାଇଦରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ମୁକାବିଲା

0
 ହାଇଦରାବାଦ : ଆଇପିଏଲ୍ କ୍ରିକେଟ ୨୦୧୮ରେ ଆଜି ରାତି ୮ଟାରେ ହାଇଦରାବାଦରେ ସନ୍‍ରାଇଜର୍ସ ହାଇଦରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ସୋମବାର ସୁଦ୍ଧା ସନ୍‍ରାଇଜର୍ସ ହାଇଦରାବାଦ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି ।ହାଇଦରାବାଦ ୯ଟି ମ୍ୟାଚରୁ ୭ଟି ବିଜୟ ଓ ୨ଟି ପରାଜୟ ସହିତ ୧୪ ପଏଣ୍ଟ ହାସଲ କରିଥିବା ବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ।
ତେବେ ଚେନ୍ନଇ ସୁପର କିଙ୍ଗସ୍ ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ସହିତ ୧୨ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛି।
ସେହିପରି ଅନ୍ୟ ଦଳଗୁଡିକ କଲକାତା ନାଇଟ ରାଇଡର୍ସ ୧୦ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୫ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି । ମଧ୍ୟରୁ ମୁମ୍ବଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୬ଟି ପରାଜୟ ସହିତ ୮ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି ।
ସେହିପରି ଦିଲ୍ଲୀ ଡେୟାର ଡେଭିଲସ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୭ମ ସ୍ଥାନରେ ଥିବାବେଳେ ରାଜସ୍ଥାନ ରୟାଲସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।
Leave A Reply